ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ
ବାରିପଦା (ସଂକେତ୍ ଟିଭି) ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି। ବିରଳ କଳା ମହାବଳ ବାଘର ଦେହରେ କ୍ଷତଚିହ୍ନ ରହିଥିବା ପିସିସିଏଫ୍ ସୁଶୀଲ କୁମାର ପପ୍ଲି ଏହି ସୂଚନା ଦେଇଛନ୍ତି । ଶିମିଳିପାଳ କୋର୍ ଏରିଆର ସାଉଥ ଜୋନରେ ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ କଳା ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ନିଜ ଅଂଚଳ ବାଛିବା ପାଇଁ ବାଘ ବାଘ ଲଢେଇ ହୋଇଥିବା ଅନୁମାନ କରାଯାଉଛି। ବାଘଟି ଅଣ୍ଡିରା ହୋଇଥିବା ବେଳେ ବୟସ ସାଢେ ୩ ବର୍ଷ ହେବ। ମୟୂରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ବନ ବିଭାଗ ଠାବ କରିଛି। ବାଘ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ପିସିସିଏଫ୍।