ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ

ଭୁବନେଶ୍ବର (ସଂକେତ୍ ଟିଭି) ଆଗାମୀ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ଗସ୍ତରେ ଆସିପାରନ୍ତି। ସେ ତାଙ୍କ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବାର ସମ୍ଭାବନା ରହିଛି। ହେଲେ ଏନେଇ ଅଫିସିଆଲ ଘୋଷଣା ହୋଇନାହିଁ।

ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ଏଥିପାଇଁ ବିଭିନ୍ନ ଆଞ୍ଚଳିକ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି। ଏହା ଆଗରୁ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ମଧ୍ୟ ଭେଟି ସାରିଛନ୍ତି।

ଏହି ସାକ୍ଷାତ-ଆଲୋଚନା କାଳରେ ବିଜେପି ବିରୋଧୀ ମେଣ୍ଟ ଗଠନ ଦିଗରେ ଚର୍ଚ୍ଚା ହୋଇଥିବା ନେଇ ଆକଳନ ହୋଇଥିଲା। ଏପରିକି ଗତ କିଛି ଦିନ ପୂର୍ବେ ମମତା ବାନାର୍ଜୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଥିଲା।