ବିଜେଡିରେ ଯୋଗଦେଲେ ଝାରସୁଗୁଡା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ

ଭୁବନେଶ୍ବର (ସଂକେତ୍ ଟିଭି) ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗଦେଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ । ମୁଖ୍ୟମନ୍ତ୍ରୀଙ୍କ ବିଚାରଧାରା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ମଙ୍ଗଳ ସାହୁ କହିଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳ ସାହୁ ଦୀର୍ଘ ୨୫ ବର୍ଷ ହେବ ଭାରତୀୟ ଜନତା ପାର୍ଟିରେ କାମ କରୁଥିଲେ । ବିଜେପି ଛାଡି ବିଜେଡିରେ ଯୋଗଦୋ ପରେ ସେ କହିଛନ୍ତି, ଯେଉଁ ନୀତି ଆଦର୍ଶ ନେଇ ଦଳରେ ଯୋଗ ଦେଇଥିଲୁ ଏବେ ସେ ନୀତି ଆଦର୍ଶ ନାହିଁ । କର୍ମୀଙ୍କୁ ଅବହେଳା କରାଯାଉଛି । ନବ ଦାସ ହତ୍ୟାକାଣ୍ଡ ଗୋଟିଏ ସମସ୍ୟା, ରାଜନୈତିକ ମୁଦ୍ଦା ନୁହେଁ । ଅନେକ ସମସ୍ୟା ଅଛି ତାକୁ ମୁଦ୍ଦା କରାଯାଉନାହିଁ । ଭାରତୀୟ ଜନତା ପାର୍ଟିରେ ଥିବା ଅନ୍ତଃ କନ୍ଦଳକୁ ସମାଧାନ କଲେନାହିଁ । ସେପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ସେଠାରେ ଝାରସୁଗୁଡାବାସୀ ନିର୍ବାଚନ ଲଢୁଛନ୍ତି । କିଏ ଗଲେ କିଏ ଆସିଲେ ଦଳ ଉପରେ କୌଣସି ପ୍ରଭାବ ପକେଇବ ନାହିଁ ।