ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ୨ ପର୍ଯ୍ୟଟକ ମୃତ ଓ ଜଣେ ଗୁରୁତର
ପୁରୀ (ସଂକେତ୍ ଟିଭି) ପୁରୀ ସମୁଦ୍ରରେ ସ୍ନାନ କରୁଥିବା ପଶ୍ଚିମବଙ୍ଗ ପର୍ଯ୍ଯଟକ ଭାସିଯାଇଥିଲେ । ପୁରୀ ସମୁଦ୍ରର ୧୩ ନମ୍ବର ଜୋନ ପର୍ଯ୍ଯଟକମାନେ ଗାଧୋଇବା ବେଳେ ଲହଡ଼ିରେ ଭାସି ଯାଇଥିଲେ । ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ସହାୟତାରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସମସ୍ତେ ହାଓଡା ଅଞ୍ଚଳର ବୋଲି ଜଣାପଡିଛି।