ଜମ୍ମୁ ଓ କଶ୍ମୀରରେ ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ
ଶ୍ରୀନଗର (ସଂକେତ୍ ଟିଭି) ଜମ୍ମୁ-କଶ୍ମୀରର କିସ୍ତୱର ଜିସ୍ଲାର ଦୂରବର୍ତ୍ତୀ ମଣ୍ଡୱାର ମାଖନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର ବୋଲି ଜଣାପଡିଛି। ସେନା ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ପାଇଲଟ ଆହତ ହୋଇଛନ୍ତି। କିନ୍ତୁ ସେ ସୁରକ୍ଷିତ ଅଛନ୍ତି। କିସ୍ତୱାଡ଼ ଜିଲ୍ଲାର ମାର୍ୱା-ଦାଛନ ମଧ୍ୟରେ ପ୍ରବାହିତ ମରୁସୁଦର୍ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।