ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ୍ ଦୁଜାନା ମୃତ

ଲକ୍ଷ୍ମୌ (ସଂକେତ୍ ଟିଭି)ଉତ୍ତରପ୍ରଦେଶ ଏସଟିଏଫ୍ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ୍ ଦୁଜାନା ଓରଫ୍‌ ଅନିଲ୍‌ ନାଗର ମୃତ୍ୟୁବରଣ କରିଛି। ଗୁରୁବାର ମେରଠରେ ଏସଟିଏଫ ଏନକାଉଣ୍ଟରରେ ଦୁଜାନାର ମୃତ୍ୟୁ ହୋଇଛି। ଗ୍ରେଟର ନୋଏଡାର ବାଦଲପୁର ଥାନା ଅଞ୍ଚଳରେ ଦୁଜାନା ଗ୍ୟାଙ୍ଗଷ୍ଟର ଥିଲା। ନେପାଳ ପଳାଇଯିବାକୁ ଯୋଜନାରେ ଥିଲା ଦୁଜାନା।

କୁହାଯାଉଛି ଦୁଜାନା ସହଯୋଗୀଙ୍କ ସହ ମିଶି କୌଣସି ବଡ଼ ଯୋଜନା କରୁଥିଲା। ତେବେ ଏସଟିଏଫ ମେରଠ ୟୁନିଟ୍‌ ଘେରାବନ୍ଦୀ କରିଥିଲେ। ଦୁଜାନା ଉପରେ ୧୮ ହତ୍ୟା ୬୨ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଛି।

କୁଖ୍ୟାତ ଅପରାଧୀ ଅନିଲ୍ ଦୁଜାନା ଅନେକ ସମୟରୁ ଦିଲ୍ଲୀର ତିହାଡ଼ ଜେଲ୍‌ରେ ବନ୍ଦୀ ଥିଲା। ତେବେ ନିକଟରେ ଏପ୍ରିଲ ୧୦ରେ ଜାମିନ୍‌ରେ ବାହାରକୁ ଆସିବା ପରେ ଜୟଚନ୍ଦ୍ର ପ୍ରଧାନ ମର୍ଡର କେସ୍‌ରେ ତାଙ୍କ ପତ୍ନୀ ଏବଂ ସାକ୍ଷୀଙ୍କୁ ଧମକାଇଥିଲା। ଏହା ପରେ ଉଚ୍ଚ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା ସହ ଅନିଲ ଦୁଜାନା ବିରୋଧରେ ଜତ ସପ୍ତାହରେ ୨ ମାମଲା ରୁଜୁ କରିଥିଲା।

ଦୁଜାନାର ଗିରଫ ପାଇଁ ନୋଏଡା ପୋଲିସର ସ୍ବତନ୍ତ୍ର ଟିମ୍‌ ଏବଂ ଏସଟିଏଫ୍‌ ଟିମ୍‌ ଗିରଫ ପାଇଁ ଲାଗିଥିଲେ। କୁହାଯାଉଛି ଯେ ଗତ କିଛି ଦିନ ମଧ୍ୟରେ ୭ ଟିମ୍‌ ୨୦ରୁ ଅଧିକ ସ୍ଥାନରେ ଲଗାତାର ଚଢ଼ଉ କରିଥିଲା।