ଗୋଆରେ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ପଣଜୀ(ସଂକେତ୍ ଟିଭି) ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରି ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ସେ ଏଠାରେ ଆୟୋଜିତ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ (ଏସ୍‌ସି)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଆସିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏସସିଓର ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ବୈଠକ ୪ ଓ ୫ ତାରିଖରେ ଅନୁଷ୍ଠିତ ହେବ।

ବିଲାୱଲଙ୍କୁ ଏଠାରେ ପାକିସ୍ତାନ-ଆଫଗାନିସ୍ତାନ-ଇରାନ ଡେସ୍କ ଦାୟିତ୍ୱରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଜେପି ସଂହ ସ୍ୱାଗତ କରିଥିଲେ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ବିଲାଓ୍ବଲଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏ୨୦୧୧ ପରେ ପାକିସ୍ତାନର କୌଣସି ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରରେ ଆସିଛନ୍ତି। ଏହା ପୂର୍ବରୁ ୨୦୧୧ରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହିନା ରବ୍ବାନି ଖାର ଭାରତ ଆସିଥିଲେ। ବିଲାଓ୍ବଲ ପାକିସ୍ତାନରୁ ଭାରତ ଆସିବା ପୂର୍ବରୁ ଟୁଇଟରରେ ଏକ ଭିଡିଓ ଜାରି କରିଥିଲେ, ଯେଉଁଥିରେ ସେ ଖୁବ ଉତ୍ସାହିତ ନଜର ଆସିଥିଲେ।

ବିଲାୱଲ ଭାରତ ଗସ୍ତରେ ଆସୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରୁ ନଥିବାରୁ ଏହି ଆଲୋଚନା ଆଉ ହେବ ନାହିଁ।

ବିଲାଓ୍ବଲ କହିଥିଲେ ମୁଁ ଆଜି ଭାରତ ଯାଉଛି, ସେଠାରେ ଏସସିଓର ବୈଠକରେ ଭାଗ ନେବି। ସେହି ବୈଠକରେ ସାମିଲ ହେବା ମୋ ନିଷ୍ପତ୍ତି କହୁଛି କି ପାକିସ୍ତାନ ଏସସିଓକୁ କେତେ ଗୁରୁତ୍ୱ ଦେଉଛି। ସେ କହିଥିଲେ, ମୁଁ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଚର୍ଚ୍ଚାକୁ ନେଇ ଉତ୍ସୁକ ଅଛି।

ମେ’ ୫ ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏସ୍‌ସିଓ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଅଧ୍ୟକ୍ଷତା କରିବେ। ଏଥିରେ ବିଲାୱଲଙ୍କ ବ୍ୟତୀତ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଓ ଚାଇନାର କ୍ୱିନ ଗାଙ୍ଗ ମଧ୍ୟ ଯୋଗଦେବେ। ଏହି ବୈଠକ ଅବସରେ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି।