ଲଘୁଚାପ ସୃଷ୍ଟି ହେଲା ପରେ ଜଣାପଡିବ ବାତ୍ୟାର ଗତିପଥ : ଆଇଏମଡି ଡିଜି

ଭୁବନେଶ୍ବର (ସଂକେତ୍ ଟିଭି) ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ବା ୬ ତାରିଖରେ ଏକ ଘୂର୍ଣିବଳୟ ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ ୭ ତାରିଖ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେଧୀରେ ଉତ୍ତର ଆଡ଼କୁ ଗତି କରିପାରେ ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତିଯେ ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ। ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ସାଧାରଣତଃ ଖରାଦିନେ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ। ଖରାଦିନେ ଖାସ କରି ମେ’ ମାସରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଏହା କିଛି ନୂଆ କଥା ନୁହେଁ। ଦେଖିବାକୁ ଗଲେ ଏହି ବାତ୍ୟଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ଆଗରୁ ପଡ଼ିଛି। କିନ୍ତୁ ସବୁ ଥର ପଡ଼ିବ ବୋଲି ମଧ୍ୟ କହିପାରିବା ନାହିଁ। ତେଣୁ ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ ତା’ ପରେ ଯାଇ ଅକାଳନ କରିହେବ କେଉଁଠି ଏହାର ପ୍ରଭାବ ରହିବ। ତେଣୁ ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଆକଳନ କରାଯାଇପାରିନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।