ହାଇୱାକୁ ଧକ୍କା ଦେଲା ମିନି ଟ୍ରକ୍: ୨ ମୃତ, ୨ଗୁରୁତର
ବାଲେଶ୍ୱର(ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଏକ ହାଇୱାକୁ ମିନି ଟ୍ରକ୍ ପଛରୁ ଧକ୍କା ଦେଇଛି। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ଦୁଇ ଜଣ ହେଲେ ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାର । ଏବଂ ଦୁଇ ଯୁବକ ହେଲେ ସେଫ ସର୍ଦ୍ଦାର ଓ ଆଲମ୍ ଗିରି। ମୃତ ଓ ଆହତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏକ ମିନି ଟ୍ରକ୍ କୁକୁଡା ଆଣିବାକୁ କଲିକତାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ସୋର କଲେଜଛକ ନିକଟରେ ରାସ୍ତାକଡ଼ରେ ଏକ ହାଇୱା ଠିଆ ହୋଇଥିଲା। ଟ୍ରକ୍ଟି ଭାରସାମ୍ୟ ହରାଇ ହାଇୱା ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ମିନି ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।