ମଣିପୁରରେ ଘରୁ ଘୋଷାଡି ଆଣି ଆୟକର ବିଭାଗ ଅଫିସରଙ୍କୁ ହତ୍ୟା
ଇମ୍ଫାଲ (ସଂକେତ୍ ଟିଭି) ମଣିପୁରର ଇମ୍ଫାଲର ଜଣେ ଆୟକର ବିଭାଗର ଜଣେ ଅଫିସରଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରାଯାଇଛି। ଏହି ଘଟଣା ବିଷୟରେ ଭାରତୀୟ ରାଜସ୍ବ ସେବା ସଂଘ(ଆଇଆର୍ଏସ୍) ଟୁଇଟ୍ କରି ସୂଚନା ଦେଇଛି।
ଏସଏଚ ଲେଟମିନଥାଙ୍ଗ ହୋକିପ ଇମ୍ଫାଲରେ ଜଣେ ଟାକ୍ସ ଆସିଷ୍ଟାଣ୍ଟ୍ ଭାବେ ଅବସ୍ଥାପିତ ହୋଇଥିଲେ। ଦାବି କରାଯାଉଛି ଯେ ଅଣ ଆଦିବାସୀ ମୈତେଇ ସମ୍ପ୍ରଦାୟର କିଛି ଦୁର୍ବୃତ୍ତ ତାଙ୍କୁ ସରକାରୀ କ୍ବାର୍ଟରରୁ ଘୋଷାଡ଼ି ନେଇ ପିଟିପିଟି ହତ୍ୟା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୧୩ ହଜାର ଲୋକଙ୍କୁ ହିଂସାପ୍ରବଣ ଅଞ୍ଚଳରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଇତି ମଧ୍ୟରେ ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଣିପୁରରୁ ସେମାନଙ୍କ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି।