ବିଜେପି ଡବଲ ଇଞ୍ଜିନ ନୁହେଁ , ଟ୍ରବଲ ଇଞ୍ଜିନ ସରକାର: କଂଗ୍ରେସ

ବେଙ୍ଗାଲୁରୁ (ସଂକେତ୍ ଟିଭି) କର୍ଣ୍ଣାଟକରେ ବିଜେପି ସରକାରକୁ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’ ବୋଲି ଦର୍ଶାଇଛି କଂଗ୍ରେସ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପି ବିରୋଧରେ ଏହି ଭଳି ବିଜ୍ଞାପନ ଅଭିଯାନ ଜାରି ରଖିଛି। ବିଜ୍ଞାପନରେ କଂଗ୍ରେସ ସମସ୍ତ ଅତ୍ୟାବଶ୍ୟକୀୟ ଜରୁରୀ ଦ୍ରବ୍ୟର ମୂଲ୍ୟ ୨୦୧୪ରେ ମୂଲ୍ୟ ସହ ତୁଳନା କରି ବିଜେପିକୁ ଟାର୍ଗେଟ କରିଛି।

ସୂଚନା ଅନୁସାରେ, ବିଜ୍ଞାପନ ମାଧ୍ଯମରେ ବିଜେପିକୁ ଟାର୍ଗେଟ କରିବାକୁ ନେଇ କଂଗ୍ରେସ ଶନିବାର ନିର୍ବାଚନ ଆୟୋଗଙ୍କ ଠାରୁ ନୋଟିସ ପାଇଥିଲେ । ଏହା ସତ୍ବେ କଂଗ୍ରେସ ବିଜ୍ଞାପନ ମାଧ୍ୟମରେ ବିଜେପି ଉପରେ ଆକ୍ରମଣ କରିଛି। ରବିବାର ପ୍ରକାଶିତ ଏକ ବିଜ୍ଞାପନରେ କଂଗ୍ରେସ ଭାଜପାକୁ ରାଜ୍ୟକୁ ଲୁଟି ଥିବାର ଅଭିଯୋଗ କରିଛି।