କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର (ସଂକେତ୍ ଟିଭି) ନିଜକୁ ଭିଜିଲାନ୍ସ ଏସପି ବୋଲି ପରିଚୟ ବୋଲି ପରିଚୟ ଦେଇ ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମାଗୁଥିବାର ଅଭିଯୋଗରେ ଜଣେ ଠକକୁ କ୍ରାଇବ୍ରାଞ୍ଚ ଏସଟିଏଫ ଗିରଫ କରିଛି । ମନୋଜ ମାଝୀ ନାମକ ଏହି ଠକକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ରୁ ଗିରଫ କରାଯାଇଛି । ମନୋଜଙ୍କ ଘରୁ ଅନେକ ନକଲି ଆଇ କାର୍ଡ ଓ ନକଲି ନିଯୁକ୍ତି ପତ୍ର ଜବତ ହୋଇଛି ।

ସୂଚନା ଅନୁଯାୟୀ, ନିଜକୁ କେତେବେଳେ କ୍ରାଇମବ୍ରାଞ୍ଚ ତ ଆଉ କେତେବେଳେ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ବୋଲି ପରିଚୟ ଦେଉଥିଲା । ପୋଲିସ ଓ ପ୍ରଶାସନ ବିଭାଗରେ ଚାକିରି ଦେବାକୁ କହି ଠକୁଥିଲା । ପୁରୀ , ଖୋର୍ଦ୍ଧା ଓ କଟକ ଜିଲ୍ଲାର କିଛି ଚାକିରୀ ଆଶାୟୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସେ ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କୁ ASO ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ମନୋଜଙ୍କ ଘରୁ ଅନେକ ନକଲି ଆଇ କାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ ହୋଇଛି ।

ସେ ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କଠାରୁ ଠକିଥିବା ଅଭିଯୋଗ ହୋଇଛି। ମନୋଜ ମାଝୀଙ୍କ ଘରୁ ପିଲାଙ୍କ ନକଲି ଆଇକାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ ହୋଇଛି। ଗିରଫ ହେବା ପରେ ମନୋଜ ମାଝୀ ସ୍ବୀକାର କରିଛନ୍ତି ଯେ ସେ ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ କେ