ଓଡ଼ିଶାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର (ସଂକେତ୍ ଟିଭି) ଓଡ଼ିଶାରେ ଖୁବ୍ ଶିଘ୍ର ଆରମ୍ଭ ହେବ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ । ଏହା ଥାଲାସେମିଆ ନିରାକରଣରେ ବଡ଼ ଅସ୍ତ୍ର ପାଲଟିବ। ରାଜ୍ୟ ରକ୍ତ ନିରାପତ୍ତା ଭାରପ୍ରାପ୍ତ ସ୍ବାସ୍ଥ୍ୟ ନିର୍ଦେଶକା ଡାକ୍ତର ଉର୍ମିଳା ମିଶ୍ର ଏନେଇ ସୂଚନା ଦେଇଛନ୍ତି।

ଡାକ୍ତର ଉର୍ମିଳା ମିଶ୍ର କହିଛନ୍ତି ଯେ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ ଫଳରେ ଜଣେ ଥାଲାସେମିଆ ରୋଗୀ ଅଧିକ ୩୦ ବର୍ଷ ବଞ୍ଚିବାର ଉଦାହରଣ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା କମ ଅଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୪୮ ଜଣ ରୋଗୀ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସହ ଯାତାୟତ ଖର୍ଚ୍ଚ ବି ଦେଉଛନ୍ତି । ପଶ୍ଚିମ ଓଡ଼ିଶାର ୧୫ ଜିଲ୍ଲାର ୧ ଲକ୍ଷ ପିଲାଙ୍କୁ ନେଇ ସ୍କ୍ରିନିଂ ହୋଇଥିଲା । ଏଥିରୁ ୪ରୁ ୬ ଥାଲାସେମିଆ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଉପକୂଳ ଓଡ଼ିଶାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।

ଏହି ରୋଗୀମାନଙ୍କୁ ରାଜ୍ୟ ସରକାର ମାଗଣା ମେଡିସିନ ଟେଷ୍ଟିଂ ସହ ଯିବା ଆସିବା ଖର୍ଚ୍ଚ ପାଇଁ ରାଜ୍ୟ ସରକାର ୫୦୦ ଟଙ୍କା ଦିଆଯାଉଛି । ଏମାନଙ୍କୁ ଲିୟୁକୋ ଫିଲ୍ଟର ବ୍ଲଡ ଦିଆଯାଉଛି । ଯାହା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାରେ କେବଳ ଏହି ବ୍ଲଡ୍‌ ଦିଆଯାଉଛି । ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ଏହା ମାଗଣାରେ ବହନ କରୁଛନ୍ତି । ମ୍ୟାରେଜ ପୂର୍ବରୁ ଉଭୟ ପୁଅ ଓ ଝିଅଙ୍କର ଥାଲାସେମିଆ ଟେଷ୍ଟ କରିବା ଜରୁରୀ । ରାଜ୍ୟରେ କୋଷ୍ଟାଲ ଅଞ୍ଚଳରେ ଏହି ଥାଲାସେମିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯେପରିକି ଖୋର୍ଦ୍ଧା କଟକ ପୁରୀ ଗଞ୍ଜାମ ଜଗତସିଂହପୁର ଆଦି ଜିଲ୍ଲାଗୁଡ଼ିକରେ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ବାଲେଶ୍ଵର ବାରିପଦା ଭଦ୍ରକ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ଅଧିକ ଥାଲାସେମିଆ ରୋଗୀ ଚିହ୍ନଟ ହେଉଛନ୍ତି ।

ଥାଲାସେମିଆ ହେଲା ଏକ ରକ୍ତଜନିତ ରୋଗ । ଏହି ରୋଗ ହେବା ଦ୍ବାରା ଶରୀରରେ ହିମୋଗ୍ଲୋବିନ୍ କମିଯାଏ ବା ଶରୀରରେ ହିମୋଗ୍ଲୋବିନ ତିଆରି ହୋଇପାରେ ନାହିଁ। ଯାହା ଫଳରେ ଶିଶୁକୁ ବାରମ୍ବାର ରକ୍ତ ଚଢ଼େଇବାକୁ ପଡ଼େ। ଥାଲାସେମିଆ ୨ ପ୍ରକାରର ଅଲଫା ଥାଲାସେମିଆ ଏବଂ ବିଟା ଥାଲାସେମିଆ । ତେଣୁ ପ୍ରତି ମାସକ ଭିତରେ ଥରେ ଶିଶୁକୁ ରକ୍ତ ଦେବାକୁ ପଡ଼ିଥାଏ । ଯଦି ରକ୍ତ ଦିଆନଯାଏ ଶିଶୁ ସଠିକ୍ ଭାବେ ବଢ଼ିପାରେ ନାହିଁ କିମ୍ବା ଶିଶୁର ଯକୃତ ବଢ଼ିଯିବ ହାର୍ଟ ଫେଲ୍ୟୁୟର ହୋଇଯାଇପାରେ। କେତେକ କ୍ଷେତ୍ରରେ ଶିଶୁ ମୃତ୍ୟୁମୁଖରେ ପଡ଼ିଥାଏ । ଥାଲାସେମିଆ ସାଧାରଣ ଭାବରେ ୨ବର୍ଷରୁ କମ ପିଲାଙ୍କଠାରେ ଦେଖାଦେଇଥାଏ । ୬ ମାସରୁ ୨ ବର୍ଷ ମଧ୍ୟରେ ଛୁଆଟିର ବିକାଶ ସାଧାରଣ ଭାବେ ହେଉଥିବ ହେଲେ ହଠାତ୍ ଶିଶୁର ବିକାଶ କମିଯିବ। ପେଟ ଫୁଲିଯିବ ଛୁଆଟି ଶେତା ପଡ଼ିଯିବ। କେତେକ ଛୁଆଙ୍କର ହିମୋଗ୍ଲୋବିନ ଏତେ ମାତ୍ରାରେ କମିଯାଏ ଯେ ଛୁଆମାନଙ୍କୁ ନିଶ୍ବାସ ନେବାରେ କଷ୍ଟ ମଧ୍ୟ ହୋଇଥାଏ ।