ଘର ଉପରେ ଖସିପଡିଲା ବାୟୁସେନାର ମିଗ୍ ବିମାନ, ୩ ମୃତ
ଜୟପୁର (ସଂକେତ୍ ଟିଭି) ରାଜସ୍ଥାନର ହନୁମାନଗଡ ଜିଲ୍ଲାର ଭାଲୋଲନଗର ଅଞ୍ଚଳରେ ବାୟୁସେନାର ମିଗ୍ ବିମାନ ଜଣଙ୍କ ଘର ଉପରେ ଖସିପଡିଛି । ଏଥିରେ ଦୁଇ ମହିଳାଙ୍କ ସହ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାଇଲଟ ସୁରକ୍ଷିତ ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ ସୁରତଗୁଡାରୁ ମିଗ୨୧ ଫାଇଟର ବିମାନ ଉଡାଣ ଭରିଥିଲା । କୌଣସି କାରଣ ବଶତଃ ଭାଲୋଲନଗର ଅଞ୍ଚଳରେ ଜଣଙ୍କ ଘର ଉପରେ ବିମାନଟି ଖସିପଡିଥିବା ଜଣାପଡିଛି । ତେବେ ବିମାନ କ୍ରାସ ହେବା ପରେ ଘର ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବଶତଃ ପାଇଲଟ ଜଣଙ୍କ ସୁରକ୍ଷିତ ରହିଛନ୍ତି । ଖବର ପାଇ ଆର୍ମି ହେଲିକପ୍ଟର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଦୁର୍ଘଟଣା ପରେ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବାୟୁସେନା ପକ୍ଷରୁ କୁହାଯାଇଛି ଯେ ମିଗ୨୧ଯୁଦ୍ଧ ବିମାନ ସୁରତଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳୁ ଟ୍ରେନିଂ ସମୟରେ ବିମାନ କ୍ରାସ ହୋଇଥିଲା । ତେବେ ପାଇଲଟ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।