୫୦ ଫୁଟ ପୋଲ ତଳକୁ ଖସିଲା ବସ୍, ୨୨ ମୃତ
ଭୋପାଳ(ସଂକେତ୍ ଟିଭି) ମଧ୍ୟପ୍ରଦେଶର ସେବାଗାଁରୁ ଇନ୍ଦୋର ଯାଉଥିବା ଏକା ଯାତ୍ରୀବାହୀ ବସ୍ ଖରଗାଓଁର ଦସଗାଁ ନିକଟରେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସିପଡ଼ିଥିଲା । ଏହି ବସରେ ପ୍ରାୟ ୪୦ ଯାତ୍ରୀ ବସିଥିଲେ । ଏମାନଙ୍କ ମଧ୍ୟରୁ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ୪୫ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ବସ୍ଟି ଶ୍ରୀଖଣ୍ଡିରୁ ଇନ୍ଦୋର ଯାଉଥିଲା । ପୂବାହ୍ନ ୮ଟା ୩୦ରେ ମଧ୍ୟ ପ୍ରଦେଶ ଖରଗାଓଁ ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଖରଗାଓଁରେ ଥିବା ଏକ ବ୍ରିଜ ଉପରୁ ତଳକୁ ଖସି ପଡିଥିଲା ବସ । ହିରାମଣି ଟ୍ରାଭେଲ୍ସର ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସିଥିଲେ । ବସ୍ଟି ଭାରସାମ୍ୟ ହରାଇ ବ୍ରିଜ୍ ବାଡରେ ପିଟି ହୋଇ ସିଧା ତଳକୁ ଖସି ପଡିଥିଲା । ଭାରସାମ୍ୟ ହରାଇ ବ୍ରିଜରୁ ପ୍ରାୟ ୫୦ ଫୁଟ ତଳକୁ ବସ୍ଟି ଖସିଯିବା
ମଧ୍ୟପ୍ରଦେଶର ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଟ୍ବିଟ୍ କରି ଶୋକପ୍ରକାଶ କରିଛନ୍ତି । ଶୋକସନ୍ତପ ପରିବାରବର୍ଗକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।
ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ବସ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଆହତଙ୍କୁ ଯାଥା ସମ୍ଭବ ସହାୟତା ଯୋଗାଇ ଦେଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ଗମ୍ଭୀର ଭାବେ ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତ ହୋଇିଥିବା ଯାତ୍ରୀଙ୍କୁ ୨୫ ହଜାର ଲେଖାଏଁ ସହାୟତା ରାଶି ଦିଆଯିବା ନେଇ କୁହାଯାଇଛି । ଏହା ସହିତ ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।