ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ କାରାଦଣ୍ଡ
ବାରିପଦା (ସଂକେତ୍ ଟିଭି) ଭାଉଜଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧)ଙ୍କ କୋର୍ଟ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି। ଏହାସହ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଜଗନ୍ନାଥ ନାଏକ(୩୩)।
ସୂଚନା ଅନୁସାରେ, ୨୦୧୯ ମସିହା ଜାନୁଆରୀ ୧୩ ତାରିଖରେ ହତ୍ୟାକାରୀକୁ ଭାଇ-ଭାଉଜଙ୍କ ଚାଷ ଜମିର ଧାନ ବିକ୍ରି ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ତ୍ୟକ୍ତ ହୋଇ ଜଗନ୍ନାଥ ପାଖରେ ପଡିଥିବା ଏକ କୁରାଢୀରେ ନିଜ ଭାଉଜଙ୍କୁ ପିଟି ହତ୍ୟା କରିଥିଲା ।ଏହାକୁ ନେଇ ଝାରପୋଖରିଆ ଥାନାରେ ମୃତକଙ୍କ ମା’ ବାସନ୍ତୀ ସିଂ ତହିଁ ପରଦିନ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେଶ ନମ୍ବର ୩/୨୦୧୯ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ବିଚାର କରି ୧୮ଜଣ ସାକ୍ଷୀ ଓ ୧୫ଟି ଲିଖିତ ଦଲିଲ ଆଧାରରେ କୋର୍ଟ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି ।