ଖସିଲା ବାଲେଶ୍ବର ଜିଲ୍ଲା ଶ୍ରମ ଅଫିସ ର ଛାତ ସିଲିଂ, ଅଳ୍ପକେ ବର୍ତ୍ତିଲେ ଡିଏଲସି
ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଶ୍ରମ ଦପ୍ତର ର ଛାତ ସିଲିଂ ଖସି ପଡିଛି । ଫଳରେ ଡିଭିଜନାଲ ଲେବର କମିଶନର ( ପ୍ରଭାଗୀୟ ଶ୍ରମ ସଂସ୍ଥାପକ ) ଅଳ୍ପକେ ବର୍ତ୍ତିଛନ୍ତି ।
ସୂଚନା ଅନୁସାରେ, ଆଜି ବାଲେଶ୍ବର ଜିଲ୍ଲା ଶ୍ରମ ଦପ୍ତରରେ ଥିବା ଡିଏଲସିଙ୍କ ଅଫିସର ଛାତ ସିଲିଂ ଖସିପଡିଥିଲା । ଫଳରେ ଡିଏଲସି ଅଜୟ କୁମାର ପ୍ରଧାନ ଅଳ୍ପକେ ବର୍ତ୍ତିଛନ୍ତି । ସେ ନିଜ ଚେୟାରରୁ ଉଠି ଗୋଟିଏ ମିଟିଂରେ ଯୋଗଦେବା ପାଇଁ ତାଙ୍କ ଗାଡିରେ ବସିଛନ୍ତି , ଏହି ସମୟରେ ଛାତ ସିଲିଂଟି ଖସି ପଡି ତାଙ୍କ ଚେୟାର ଓ ଟେବୁଲ ଉପରେ ପଡିଥିଲା ।
