ବଦଳିବାକୁ ଯାଉଛି ସେନା ୟୁନିଫର୍ମ

ନୂଆଦିଲ୍ଲୀ (ସଂକେତ୍ ଟିଭି) ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ୟୁନିଫର୍ମ । ଏଣିକି ବ୍ରିଗେଡିୟର ଓ ତାଙ୍କଠାରୁ ଉପର ପଦସ୍ଥ ଅଧିକାରୀଙ୍କ ବର୍ଦ୍ଦି ଏକାଭଳି ହେବ । ଏହି ନିୟମ ଆସନ୍ତା ଅଗଷ୍ଟ ମାସଠାରୁ ଲାଗୁ ହେବ । ହେଲେ କର୍ଣ୍ଣଲ ଏବଂ ତାଙ୍କ ତଳ ପଦସ୍ଥ ଅଧିକାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି
ନିଷ୍ପତ୍ତି ହୋଇଛି ।

ଏପ୍ରିଲରେ ଅନୁଷ୍ଠିତ ସୈନ୍ୟ କମାଣ୍ଡରଙ୍କ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବ୍ରିଗେଡିୟର ଓ ତାଙ୍କଠାରୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ହେଡଗିୟର, କାନ୍ଧ ଉପରେ ରହୁଥିବା ର୍ୟାଙ୍କ୍‌ ବ୍ୟାଚ୍‌, ଗୋରଗେଟ୍‌ ପ୍ୟାଚ୍‌, ବେଲଫ ଓ ଜୋତା ଏଣିକି ସାମାନ୍ୟ ମାନକର ପିନ୍ଧିବେ । ଧ୍ୱଜ ର୍ୟାଙ୍କ୍‌ ଅଧିକାରୀ ଏଣିକି କୌଣସି ଡୋରୀ ପିନ୍ଧିବେ ନାହିଁ ।