ଇମ୍ରାନ ଖାନଙ୍କୁ ୨ ସପ୍ତାହ ଜାମିନ ଦେଲେ ଇସଲାମବାଦ ହାଇକୋର୍ଟ
ନୂଆଦିଲ୍ଲୀ (ସଂକେତ୍ ଟିଭି) ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟର ଏକ ସ୍ବତନ୍ତ୍ର ବେଞ୍ଚ ତାଙ୍କୁ ୨ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଜଷ୍ଟିସ ମିଆଙ୍ଗୁଲ ହାସନ ଔରଙ୍ଗଜେବ ଜଷ୍ଟିସ ସାମନ ରାଫତ ଇମତିଆଜ ଏହି ମାମଲାର ଶୁଣାଣି କରିଥିଲେ ।
ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ ଓ ଆଇନସଙ୍ଗତ ନୁହେଁ ବୋଲି କହିବା ପରେ ତାଙ୍କୁ ଗୁରୁବାର ଜେଲରୁ ମୁକ୍ତ କରାଯାଇଥିଲା । ଏହାର ଗୋଟିଏ ଦିନ ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପିଟିଆଇ ମୁଖ୍ୟ ଇମ୍ରାନ ୭୦ ସ୍ଥାନୀୟ ସମୟ ୧୧୩୦ରେ କଡା ସୁରକ୍ଷା ବଳୟ ମଧ୍ୟରେ କୋର୍ଟ ପରିସରରେ ପହଞ୍ଚିଥିଲେ । ସୁରକ୍ଷାକୁ ନେଇ ପ୍ରାୟ ୨ ଘଣ୍ଟା ବିଳମ୍ବରେ କୋର୍ଟ ପ୍ରୋସିଡିଂ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ୨ଜଣ କୋର୍ଟରୁମ ତ୍ୟାଗ କରିଥିଲେ । ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଜଷ୍ଟିସ ମିଆଙ୍ଗୁଲ ହାସନ ଔରଙ୍ଗଜେବ ଜଷ୍ଟିସ ସାମନ ରାଫତ ଇମତିଆଜ ଏହି ମାମଲାର ଶୁଣାଣି କରିଥିଲେ ।
ଇମ୍ରାନଙ୍କ ବିରୋଧରେ ରୁଜୁ ହୋଇଥିବା ୪ଟି ମାମଲାର ସବିଶେଷ ତଥ୍ୟ ଦେବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି ଇମ୍ରାନଙ୍କ ଆଇନଜୀବୀ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଗତ ମଙ୍ଗଳବାର ଇମ୍ରାନଙ୍କୁ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଅଲକାଦିର ଟ୍ରଷ୍ଟ ମାମଲାରେ NAB ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବା ପରେ ସଶସ୍ତ୍ର ବାହିନୀ ତାଙ୍କୁ କୋର୍ଟ ପରିସରରୁ ଉଠାଇ ନେଇଥିଲା । ପାରାମିଲିଟାରୀ ରେଞ୍ଜର୍ସ ପଳାତକ ଭାବେ ଇମ୍ରାନଙ୍କୁ ଗାଡ଼ି ନିକଟକୁ ଟାଣି ନେଇଥିଲା ।
ଏହାପରେ ଇମ୍ରାନଙ୍କ ସମର୍ଥକମାନେ ଦେଶରେ ହିଂସାକାଣ୍ଡ ଭିଆଇଥିଲେ । ସମର୍ଥକମାନେ ନିଜର କ୍ରୋଧ ପ୍ରକାଶ କରିବା ଲାଗି ସାଧାରଣ ଜନତାଙ୍କ ସମ୍ପତ୍ତିକୁ ନଷ୍ଟଭ୍ରଷ୍ଟ କରିଥିଲେ । ଏହି ହିଂସାକାଣ୍ଡରେ ଜଳି ଉଠିଥିଲା ପଡ଼ୋଶୀ ଦେଶ ପାକିସ୍ତାନ । ତେବେ ପଞ୍ଜାବ ଖୈବର ପଖତୁନଖୱା ବାଲୁଚିସ୍ତାନରେ ପିଟିଆଇର ଅଧିକ ପ୍ରଭାବ ରହିଥିବା ଯୋଗୁଁ ଏହି ସ୍ଥାନରେ ହିଂସାକାଣ୍ଡ ଅଧିକ ଦେଖିବାକୁ ମିଳିଥିଲା । ଏହାପରେ ଗତକାଲି ଗୁରୁବାର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଇମ୍ରାନଙ୍କ ଗିରଫଦାରୀ ଅବୈଧ ବୋଲି ଦର୍ଶାଇଥିଲେ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ NAB ତାଙ୍କୁ ମୁକ୍ତ କରିଥିଲା । କୋର୍ଟ ପରିସରରୁ ଇମ୍ରାନଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ନିନ୍ଦା କରିବା ସହ ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ଏହାସହ ତାଙ୍କୁ ଆଜି ୧୨ ତାରିଖରେ ଇସଲାମବାଦ ହାଇକୋର୍ଟରେ ହାଜର କରିବାକୁ NABକୁ ନିର୍ଦ୍ଦେଶ ଦେଇଥିଲେ ।