ମୁଁ ମଙ୍କି ବାତ୍ ଶୁଣେ ନାହିଁ, ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିବାଦୀୟ ଟ୍ବିଟ୍
ନୂଆଦିଲ୍ଲୀ (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ମଙ୍କି ବାତ୍ ବୋଲି କହିଲେ ଟିଏମସି ସାଂସଦ ମହୁଆ ମୈତ୍ର । ମନ୍ କି ବାତ୍ ନଶୁଣିବାରୁ ଚଣ୍ଡିଗଡରେ ୩୬ଜଣ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ମିଳିଥିଲା । ଏହି ଘଟଣାକୁ ନେଇ ମହୁଆ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଏହି ଟ୍ବିଟ କରିଛନ୍ତି । ପିଜିଆଇଏମଇଆରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀଙ୍କ ମଙ୍କି ବାତ ଶୁଣୁନି ତାହାଲେ ମୋତେ ବି କଣ ଦଣ୍ଡ ମିଳିବ ମୋତେ କଣ ଘରୁ ବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ।
ସେ ଟ୍ବିଟ କରି କହିଛନ୍ତି ମୁଁ କେବେ ବି ମଙ୍କି ବାତ ଶୁଣି ନାହିଁ ଥରେ ନୁହେଁ କି କେବେ ମଧ୍ୟ ମୁଁ ସେ ମଙ୍କି ବାତ୍ ଶୁଣିନି । ତାହାଲେ ମୋତେ କଣ ଦଣ୍ଡ ମିଳିବ କଣ ମୋତେ ଏକ ସପ୍ତାହ ପାଇଁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯିବ ଏହି କଥାକୁ ନେଇ ମୁଁ ବହୁତ ଚିନ୍ତାରେ ଅଛି । ମନ୍କି ବାତ୍ ନଶୁଣିବାରୁ ୩୬ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍ କି ବାତ୍ ନଶୁଣିବାରୁ ପଞ୍ଜାବର PGIMER ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିଲା । ମନ୍ କି ବାତ୍ ଶୁଣିବା ପାଇଁ କଲେଜ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଉପସ୍ଥିତ ରହିବାକୁ ସମସ୍ତ ଛାତ୍ରୀଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସତ୍ତ୍ୱେ ତୃତୀୟ ବର୍ଷର ୨୮ ନର୍ସିଂ ଛାତ୍ରଛାତ୍ରୀ ଏବଂ ପ୍ରଥମ ବର୍ଷର ୮ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନଥିଲେ ।
PGIMER କଲେଜରେ ହୋଇଥିବା ଏକ ଅଙ୍ଗ ଦାନ ସମ୍ପର୍କରେ ମୋଦି ନିଜ ଭାଷଣରେ ଉଲ୍ଲେଖ କରିଥିଲେ । ତେଣୁ ଚଳିତ ଅଧ୍ୟାୟରେ ମୋଦିଙ୍କ ଭାଷଣକୁ ଶୁଣି ତାହା ଉପରେ ଅନୁଶୀଳନ କରିବାକୁ ଛାତ୍ରମାନଙ୍କୁ କୁହାଯାଇଥିଲା । କିନ୍ତୁ କିଛି ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଫଳରେ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସପ୍ତାହେ ପର୍ଯ୍ୟନ୍ତ ହଷ୍ଟେଲରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ ।