ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଶ୍ରମ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରାଳୟ
ଭୁବନେଶ୍ୱର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ ସମ୍ଭାଳିବେ ।
ବିଦ୍ୟାଳୟ ଓ ଗଣଶିକ୍ଷା ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶୁକ୍ରବାର ରାଜ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦୁଇ ମନ୍ତ୍ରୀ କିଛି ଦିନ ଧରି ବିବାଦରେ ଛନ୍ଦି ହୋଇଥିଲେ । ସମୀର ଦାଶ ନିମାପଡ଼ାରୁ ବିଧାୟକ ଥିବା ବେଳେ ପୋଲସାରରୁ ବିଧାୟକ ଅଛନ୍ତି ଶ୍ରୀକାନ୍ତ ସାହୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଉଭୟେ ନିଜ ଇସ୍ତଫା ପଠାଇଥିଲେ ।
ପ୍ରଥମେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଶୁକ୍ରବାର ସଂଧ୍ୟାରେ ସାମ୍ୱାଦିକ ସମ୍ମିଳନୀ କରି ନିଜ ଇସ୍ତଫା ନେଇ ଘୋଷଣା କରିଥିଲେ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ସେ କହିଥିଲେ ।