ମୋଦୀ ଲହର ଶେଷ ହୋଇଛି : ସଞ୍ଜୟ ରାଉତ

ମୁମ୍ବାଇ (ସଂକେତ୍ ଟିଭି) କର୍ଣ୍ଣାଟକରେ କଂଗ୍ରେସର ବିଜୟକୁ ନେଇ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ କହିଛନ୍ତି ‘ମୋଦୀ ଲହର ଶେଷ ହୋଇଛି। ବଜରଙ୍ଗ ବଲୀ ବିଜେପିର ନୁହେଁ ବରଂ କଂଗ୍ରେସର ସାଥ୍‌ ଦେଇଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ‘‘ମୋଦୀ ଲହର ଶେଷ ହୋଇଛି ଆଉ ଦେଶରେ ଏବେ ଆମ ଲହର ଆସିବାକୁ ଯାଉଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆମର ପ୍ରସ୍ତତି ଆରମ୍ଭ ହୋଇଯାଇଛି। ଆଜି ଶରଦ ପାଓ୍ବାରଙ୍କ ସହ ଏକ ବୈଠକ ଡକାଯାଇଛି, ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା କରାଯିବ ଏହାର ପ୍ରସ୍ତୁତି ହୋଇସାରିଛି।’’

ସେ କହିଛନ୍ତି ଯେ ’’କର୍ଣ୍ଣାଟକର ଲୋକେ ଦେଖାଇଦେଇଛନ୍ତି ଯେ ଏକଛତ୍ରବାଦକୁ ହରାଯାଇପାରେ। ବଜରଙ୍ଗ ବଲୀ କଂଗ୍ରେସ ସହ ଅଛନ୍ତି ସେଥିପାଇଁ କଂଗ୍ରେସ ବିଜୟୀ ହୋଇଛି। ଆମର ଗୃହମନ୍ତ୍ରୀ କହୁଥିଳେ ଯଦି ଭାଜପା ହାରୁଛି ତେ​ବେ ଦଙ୍ଗା ହେବ। କର୍ଣ୍ଣାଟକରେ ସବୁ ଶାନ୍ତି ଏବଂ ଖୁସି ଅଛନ୍ତି। ଦଙ୍ଗା କେଉଁଠି ହେଉଛି ?

ସେ କହିଛନ୍ତି ରବିବାର ସନ୍ଧ୍ୟା ସାଢ଼େ ଚାରିଟାରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ମହାବିକାଶ ଅଘାଡ଼ିର ବୈଠକ ଡକାଯାଇଛି। ଏହି ବୈଠକରେ ଶରଦ ପାଓ୍ବାର, ଉଦ୍ଧବ ଠାକରେ, ନାନା ପଟୋଲେ, ଅଜିତ୍‌ ପାଓ୍ବାର, ବାଲାସାହେବ ଥାରୋଟ ଏବଂ ଅନ୍ୟ ନେତା ସାମିଲ ହେବେ। କର୍ଣ୍ଣାଟକ​‌ରେ କଂଗ୍ରେସର ବିଜୟ ଫଳରେ କଂଗ୍ରେସ ଉତ୍ସାହିତ ଅଛି ଏବଂ ୨୦୨୪ ପାଇଁ କଂଗ୍ରେସ ସହ ଅନ୍ୟ ବିରୋଧୀଙ୍କୁ ପାଇଁ ଉତ୍ସାହ ଆଣିଛି।