କର୍ଣ୍ଣାଟକ ଡିଜିପି ହେଲେ ସିବିଆଇ ନିର୍ଦ୍ଦେଶକ
ନୂଆଦିଲ୍ଲୀ (ସଂକେତ୍ ଟିଭି) କର୍ଣ୍ଣାଟକର ପୋଲିସ ଡିଜି ପ୍ରବୀଣ ସୁଦଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । କର୍ଣ୍ଣାଟକ ରାଜନୈତିକ ସଂକଟ ସମୟରେ ପ୍ରବୀଣ କୁମାର ଚର୍ଚ୍ଚାକୁ ଆସିଥିଲେ । ବିଜେପି ସରକାର ଇସାରାରେ କାମ କରୁଥିବା କଂଗ୍ରେସ ନେତା ଡିକେ ଶିବକୁମାର ଅଭିଯୋଗ କରିଛନ୍ତି । ପ୍ରବୀଣଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଥିଲେ ।
ପ୍ରବୀଣ ସୁଦ୍ ହେଉଛନ୍ତି ୧୯୮୬ ବ୍ୟାଚର ଆଇପିଏସ ଅଫିସର । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ବା ସିବିଆଇ ନିର୍ଦ୍ଦେଶ ସୁବୋଧ କୁମାରଙ୍କ କାର୍ଯ୍ୟାକାଳ ଆସନ୍ତା ମେ’ ୨୫ ତାରିଖରେ ଶେଷ ହେଉଛି । ସୁବୋଧଙ୍କ ସ୍ଥାନରେ ପ୍ରବୀଣଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି ।
ସିବିଆଇ ଚିଫ୍ ପାଇଁ ଶନିବାର ସିଲେକ୍ସନ କମିଟିର ମିଟିଂ ହୋଇଥିଲା । ଏଥିର ତିନି ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁକୁ ସର୍ଟଲିଷ୍ଟ୍ କରାଯାଇଥିଲା । ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚିଫ୍ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଲୋକସଭାର ବିରୋଧି ଦଳ ନେତା ଉପସ୍ଥିତ ଥିଲେ । ପ୍ରବୀଣ ସୁଦଙ୍କ ବ୍ୟତୀତ ମଧ୍ୟପ୍ରଦେଶ ଡିଜିପି ସୁଧୀର ସାକ୍ସେନା ଏବଂ ବରିଷ୍ଠ ଆଇପିଏସ ଅଧିକାରୀ ତାଜ୍ ହାସନଙ୍କୁ ମଧ୍ୟ ଚୟନ କରାଯାଇଥିଲା ।