ରାଜଧାନୀ ଅପେରା ବନ୍ଦ !
ଭୁବନେଶ୍ୱର (ସଂକେତ୍ ଟିଭି) ମଞ୍ଚରେ ପାଦ ଦେଲେନି କଳାକାର ! ମାସ ମାସର ଦରମା ମିଳିଲାନି ବୋଲି ବାଧ୍ୟ ହୋଇ ଘରକୁ ପଳାଇଲେ କଳାକାର ମାନେ । ଆଉ ଅପେରା ବନ୍ଦ ହୋଇଗଲା । ଆମେ କହୁଛୁ ରାଜଧାନୀ ଅପେରା କଥା ।
ଗତ ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ସ୍ୟାମସୁନ୍ଦରପୁର ପଡାରେ ଚାଲିଥିଲା ରାଜଧାନୀ ଅପେରାର ନାଟକ । ସେଦିନ ତାର ଦ୍ଵିତୀୟ ରଜନୀର ନାଟକ ପରିବେଷଣ ହୋଇନଥିଲା । ପ୍ରଥମ ଦିନ ନାଟକରେ ଲତା ମଣ୍ଡଳ ଆସି ନ ଥିଲେ । ଲତାଙ୍କ ଅନୁପସ୍ଥିତିରେ ଯାତ୍ରା କଳାକାର ଆଡ଼ଜଷ୍ଟ କରି ନାଟକ ପରିବେଷଣ କରିଥିଲେ । ତେବେ ଦ୍ଵିତୀୟ ରଜନୀରେ କୌଣସି କଳାକାର ମଞ୍ଚକୁ ଗଲେ ନାହିଁ । କାରଣ ଥିଲା ମାସ ମାସର ପାଉଣା ସମସ୍ତଙ୍କର ବାକି ଅଛି । ଫଳରେ ରାଜଧାନୀ ଅପେରାର ସବୁ କଳାକାର ହାସ୍ୟ ଅଭିନେତା ଦୟା, ହିରୋ ରୁଦ୍ର, ନାୟିକା ଟିକିଲି, ଜୀନୁ, ଜୁନିୟର ବାବୁସାନ ଭଳି କଳାକାର ଏବେ ଘରେ ବସିଛନ୍ତି ।