ଆର୍ଯ୍ୟନ ଖାନ୍ କେସ୍ରେ ୨୫ କୋଟି ଆଦାୟ ପାଇଁ ଷଡ଼ଯନ୍ତ୍ର ରଚିଥିଲେ ସମୀର ଓ୍ବାଙ୍ଖେଡେ
ମୁମ୍ବାଇ(ସଂକେତ୍ ଟିଭି) ଆର୍ଯ୍ୟନ ଖାନ୍ ଡ୍ରଗ୍ସ-କ୍ରୁଜ୍ ମାମଲାରେ ଆର୍ଯ୍ୟନଙ୍କ ପରିବାର ଠାରୁ ୨୫କୋଟି ଟଙ୍କା ଅସୁଲ କରିବାକୁ ଷଡ଼ଯନ୍ତ୍ର ହୋଇଥିବା କୁହାଯାଇଛି । ଏହି ମାମଲାରେ ସମ୍ପୃକ୍ତ ସାକ୍ଷୀ କେପି ଗୌସାବୀ ଏବଂ ତାଙ୍କ ସାଥିଙ୍କ ଉପରେ ଟଙ୍କା ହଡ଼ପର ଅଭିଯୋଗ ଲାଗିଛି ।
ସିବିଆଇ ତଥ୍ୟ ମୁତାବକ, ତଦନ୍ତ ସମୟରେ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ ବା ଏନସିବି ପୂର୍ବତନ ଅଧିକାରୀ, କେପି ଗୌସାବୀ ଓ ପ୍ରଭାକର ସେଲଙ୍କୁ ଆର୍ଯ୍ୟନ ଖାନଙ୍କ ମାମଲାରେ ସାକ୍ଷୀ ଦେବାକୁ କହିଥିଲେ । ପରିବାର ଠାରୁ ୨୫ କୋଟି ଟଙ୍କା ଆଦାୟ କରିବାକୁ ପ୍ଲାନ୍ କରିଥିବା ଏଫଆଇଆରରେ ସ୍ପଷ୍ଟ ଭାବେ ଲେଖାଯାଇଛି । ଦୁଇ ସାକ୍ଷୀଙ୍କ ମଧ୍ୟରୁ ଜଣେ ଆର୍ଯ୍ୟନ ଖାନଙ୍କ ସହିତ ସେଲଫି ନେବା ଫଟୋ ମଧ୍ୟ ଭାଇରାଲ ହୋଇଛି ।
ଏଫଆଇଆର୍ ଗତ ସପ୍ତାହରେ ରୁଜୁ ହୋଇଥିଲା । ଯେଉଁଥିରେ ସମୀର ଓ୍ବାଙ୍ଖେଡେ, ଏନସିବିର ପୂର୍ବ ଏସପି ବିଶ୍ବ ବିଜୟ ସିଂହ, ଏନସିବି ଗୁଇନ୍ଦା ଅଧିକାରୀ ଆଶିଷ୍ ରଞ୍ଜନ ଏବଂ ୨ଜଣ କର୍ମଚାରୀ ମଧ୍ୟ ରହିଛନ୍ତି । ସୋମବାର ସିବିଆଇ ତରଫରୁ ଏହାକୁ ସାର୍ବଜନୀନ କରାଯାଇଛି । ଏଫଆଇଆରରେ କୁହାଯାଇଛି, ଅକ୍ଟୋବର ୨୦୨୨ରେ ଅଭିନେତା ଶାହାରୁଫ ଖାନଙ୍କ ପୁଅ ଅର୍ଯ୍ୟାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମୟରେ ସାକ୍ଷୀ କେପି ଗୋସବୀଙ୍କୁ ଫ୍ରିହ୍ୟାଣ୍ଡ ଅନୁମତି ଦିଆଯାଇଥିଲା ।
ସିବିଆଇ ଶୁକ୍ରବାର ଏନସିବି ପୂର୍ବ ଅଧିକାରୀ ସମୀର ଓ୍ବାଙ୍ଖେଡେ ଏବଂ ଆର୍ଯ୍ୟନ ଖାନ୍ ଡ୍ରଗସ-କ୍ରୁଜ୍ ମାମଲାରେ ଜଡ଼ିତ ଅନ୍ୟ ୩ଜଣଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ରୁଜୁ କରି ଦେଶର ୨୯ଟି ସ୍ଥାନରେ ଚଢ଼ାଉ କରିଥିଲା । ସୋମବାର ସିବିଆଇ ଏହି ଷଡଯନ୍ତ୍ରର ମହାଖୁଲାସା କରିଛି ।