କେଉଁଦେଶ ପାଖରେ ରହିଛି କେତେ ସୁନା

ନୂଆଦିଲ୍ଲୀ (ସଂକେତ୍ ଟିଭି) କେଉଁଦେଶ ପାଖରେ ରହିଛି ସବୁଠାରୁ ଅଧିକ ସୁନା । ସୂଚନା ମୁତାବକ, ଆମେରିକା ପାଖରେ ସବୁଠାରୁ ଅଧିକ ସୁନା ରହିଛି । ଆମେରିକା ପାଖରେ ୮ ହଜାର ୧୩୩ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରହିଛି । ଯେତେବେଳେ କି ଅମେରିକା ପରେ ଜର୍ମାନୀ ପାଖରେ ଦ୍ୱିତୀୟ ସର୍ବାଧିକ ୩ ହଜାର ୩୫୫ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରହିଛି । ୨ ହଜାର ୪୫୨ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରଖିବା ସହ ଇଟାଲୀ ତୃତୀୟ ସ୍ଥାନରେ ରହିଛି । ୨ ହଜାର ୨୯୯ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରଖିବା ସହ ଫ୍ରାନ୍ସ ୪ର୍ଥ ସ୍ଥାନରେ ରହିଛି । ଚାଇନା ପାଖରେ ୨ ହଜାର ୧୧ ଟନ୍ ସୁନା ଗଚ୍ଛିତ ଥିବା ବେଳେ ସୁଇଜରଲ୍ୟାଣ୍ଡ ପରେ ୧ ହଜାର ୪୦ ଟନ୍ ଓ ଜାପାନ ପାଖରେ ୮୪୬ ଟନ୍ ସୁନା ଗଚ୍ଛିତ ରହିଛି ।

ଏହି ତାଲିକାରେ ଭାରତ ୯ମ ସ୍ଥାନରେ ରହିଛି । ଭାରତ ସରକାରଙ୍କ ପାଖରେ ୭୮୭ ଟନ୍ ସୁନା ଗଚ୍ଛିତ ରହିଛି । ତେବେ ଏହି ସୁନା ଗଚ୍ଛିତ ରଖିବା ମାତ୍ରାରେ ସାମାନ୍ୟ କମ୍ ବେଶୀ ବିଭିନ୍ନ ସମୟରେ ହୋଇଥାଏ । ଭାରତ ପରେ ଏହି ତାଲିକାରେ ନେଦରଲାଣ୍ଡ, ତୁର୍କୀ, ସାଉଦି ଆରବ,ୟୁକେ, ସ୍ପେନ୍, ପୋଲାଣ୍ଡ, ସିଙ୍ଗାପୁର, ବ୍ରାଜିଲ, ସ୍ଓ୍ୱୀଡେନ୍ ରହିଛନ୍ତି । ବିଶ୍ୱରେ ମାନ୍ଦା ଅବସ୍ଥାକୁ ନେଇ ଆଲୋଚନା ଲାଗି ରହିଥିବା ବେଳେ ସୁନାର ଦାମ ବେଳକୁ ବେଳ ଅଧିକ ହେବାରେ ଲାଗିଛି ।

ପ୍ରତିଦେଶର କେନ୍ଦ୍ରିୟ ବ୍ୟାଙ୍କଗୁଡ଼ିକ ସୁନା ଜମା କରି ରଖୁଛନ୍ତିା ଏହାକୁ ଏକ୍ସଚେଞ୍ଚରେ ବ୍ୟବହାର କରାଯାଉଛିା ଗତବର୍ଷ ଡିସେମ୍ବରରେ କେଉଁଦେଶ କେତେ ସୁନା ଗଚ୍ଛିତ ରଖିଛନ୍ତି ତାହାର ସୂଚନା ଜାରି ହୋଇଥିଲା ।