ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର (ସଂକେତ୍ ଟିଭି) ଝାରସୁଗୁଡା ବିଧାୟିକା ଭାବେ ଦୀପାଳି ଦାସ ଶପଥ ନେଇଛନ୍ତି । ଉପନିର୍ବାଚନ ଜିତିବା ପରେ ସେ ଆଜି ସୋମବାର ବିଧାନସଭାରେ ଶପଥ ନେଇଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉପବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ଗ୍ରହଣ ସମାରୋହ ହୋଇଛି ।

ଶପଥ ଗ୍ରହଣ ସମାରୋହରେ ଦୀପାଳିଙ୍କ ମାଆ ଭାଇଙ୍କ ସମେତ ମନ୍ତ୍ରୀ ରିତା ସାହୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ସାହୁ ଓ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଉପନିର୍ବାଚନରେ ୪୮ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜେପି ପ୍ରାର୍ଥୀଟଙ୍କଧର ତ୍ରିପାଠୀଙ୍କୁ ଦୀପାଳି ପରାଜିତ କରିଥିଲେ।

ବିଧିବଦ୍ଧ ଭାବେ ଶପଥ ନେବା ପରେ ପ୍ରତିକ୍ରିୟା ରଖି ଦୀପାଳି କହିଛନ୍ତି ସାମ୍ବିଧାନିକ ନୀତି ନିୟମ ଅନୁସାରେ ଆଜି ଶପଥ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଲୋକଙ୍କ ସ୍ବପ୍ନ ପୂରଣ କରିବି । ସବୁବେଳେ ଝାରସୁଗୁଡାବାସୀଙ୍କ ସେବାରେ ରହିବି । ବାପାଙ୍କ ସ୍ବପ୍ନ ଥିଲା ନୂଆ ଝାରସୁଗୁଡା ନିର୍ମାଣ । ନିଷ୍ଠାର ସହ କାମ କରି ବାପାଙ୍କ ସ୍ବପ୍ନ ପୂରଣ କରିବି ।