ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍

ବାଲେଶ୍ୱର (ସଂକେତ୍ ଟିଭି) ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଶିକ୍ଷକଙ୍କୁ ବାଲେଶ୍ୱର ସ୍ଵତନ୍ତ୍ର ପକସୋ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ ତାଙ୍କୁ ୫ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଏଥିସହ ପୀଡ଼ିତାଙ୍କ ପରିବାରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷକ ଜଣକ ସିମୁଳିଆ ରାମପୁର ର ବସନ୍ତ ଦାସ (୫୯)। । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ ୨୦୧୯ ମସିହା ନଭେମ୍ବର ୧୨ ତାରିଖ ଦିନ ୧୧ ବର୍ଷିୟ ନାବାଳିକା ଜଣକ ନିଜ ସାଙ୍ଗ ସହିତ ଖେଳି ଘରକୁ ଏକାକୀ ଫେରୁଥିବାବେଳେ ଶିକ୍ଷକ ଜଣକ ତାଙ୍କ ଘରକୁ ଡାକି ଚକଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସିମୁଳିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ଶିକ୍ଷକଙ୍କୁ ଗିରଫ କରାଯାଇଥିଲା ।