୩୫ହଜାର କୋଟି ଟଙ୍କାର ଦାବିଦାର ନାହାନ୍ତି
ନୂଆଦିଲ୍ଲୀ (ସଂକେତ୍ ଟିଭି) ଭାରତର ବିଭିନ୍ନ ବ୍ୟାଙ୍କରେ ଅଣବ୍ୟବହାର ଯୋଗ୍ୟ ପଡ଼ିରହିଥିବା ହଜାର ହଜାର କୋଟି ଟଙ୍କାର ଦାବିଦାରଙ୍କୁ ଚିହ୍ନଟ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ‘୧୦୦ ଦିନ ୧୦୦ ପେ’ ନାମ ଅଭିଯାନ ଆରମ୍ଭ କରିଛି । ଏହି ଅନୁଯାୟୀ ୧୦୦ ଦିନ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଟି ବ୍ୟାଙ୍କରେ ଜମା ୧୦୦ ଅନ୍ କ୍ଲେମ୍ଡ୍ ଡିପୋଜିଟ୍ ରାଶିର ପତ୍ତା ଲଗାଇବା ଓ ତାହାକୁ ସମାଧାନ କରିବା ।
ରିଜର୍ଭ ବ୍ୟାଙ୍କ ତା’ର ଏହି ଅଭିଯାନକୁ ନେଇ ସୂଚନା ଦେଇଛି କି ଏହି ଉପାୟରେ ବ୍ୟାଙ୍କରେ ଅଣବ୍ୟବହାର ଯୋଗ୍ୟ ପଡ଼ିରହିଥିବା ଅର୍ଥକୁ ହ୍ରାସ କରାଯାଇପାରିବ ଓ ଉକ୍ତ ଅର୍ଥର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରି ତାଙ୍କ ଅର୍ଥ ଫେରସ୍ତ କରାଯାଇପାରିବ । ଏଠାରେ ସୂଚନାଯୋଗ୍ୟ ଯେ ଅନ୍ କ୍ଲେମ୍ଡ୍ ଡିପୋଜିଟ୍ ତାହାକୁ କୁହାଯାଇଥାଏ ଯାହା ୧୦ ବର୍ଷ କିମ୍ବା ତା’ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଉକ୍ତ ଆକାଉଣ୍ଟରେ କୌଣସି ଟ୍ରାଞ୍ଜେକସନ୍ କରାଯାଇନଥାଏ । ବ୍ୟାଙ୍କିଂ ସିଷ୍ଟମରେ ଏହାକୁ ଇନ୍ଆକ୍ଟିଭ୍ ଡିପୋଜିଟ୍ କୁହାଯାଇଥାଏ । ପବ୍ଲିକ ସେକ୍ଟର ବ୍ୟାଙ୍କ ସମୂହ ୨୦୨୩ ସୁଦ୍ଧା ଅନ୍ କ୍ଲେମ୍ଡ୍ ଡିପୋଜିଟ୍ ଥିବା ୩୫ହଜାର କୋଟି ଟଙ୍କାକୁ ରିଜର୍ଭ ବ୍ୟାଙ୍କକୁ ଟ୍ରାନ୍ସଫର କରିଛନ୍ତି । ଏହି ରାଶି ଭିନ୍ନ ଭିନ୍ନ ବ୍ୟାଙ୍କରେ ୧୦.୨୪ କୋଟି ଖାତାଧାରକଙ୍କ ଅର୍ଥରାଶି ।
ଅନ୍ କ୍ଲେମ୍ଡ୍ ଡିପୋଜିଟ୍ ବୃଦ୍ଧିର ମୁଖ୍ୟ କାରଣ ଏହା ଯେ କିଛି ଡିପୋଜିଟରଙ୍କ ମୃତ୍ୟୁ ହେବା ଓ ସେମାନଙ୍କ କୌଣସି ନୋମିନି ଦସ୍ତାବିଜରେ ଉଲ୍ଲେଖ ନଥିବା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫାଇନାନ୍ସିଆଲ୍ ଷ୍ଟାବିଲିଟି ଆଣ୍ଡ ଡେଭଲପର କାଉନ୍ସିଲ୍ ବୈଠକରେ ଏହାକୁ ନେଇ ବିଶେଷ ଅଭିଯାନ ଚଳାଇବାକୁ ନିର୍ଦେଶ ଦେଇଥିଲେ ।