ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର (ସଂକେତ୍ ଟିଭି) ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି। ବୋହୂ ରୋନାଲି ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁସାରେ, ରୋନାଲି ହେଉଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ । କଟକ ଜିଲ୍ଲା ବାଙ୍କୀ ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିଛନ୍ତି । ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ରୋନାଲି ଅଭିଯୋଗ ଆଣିଛନ୍ତି। ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୁର ଶଶିଭୂଷଣ ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଶ୍ୱଶୁର ଘର ଲୋକେ ୪୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ତାଙ୍କୁ ସ୍ବାମୀ ବି ଧକ୍କା ମାରିଥିଲେ।