ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ପୋଲିସର ଚଢାଉ, ଫରେଷ୍ଟରଙ୍କ ସମେତ ୬ ଗିରଫ
ବାରିପଦା (ସଂକେତ୍ ଟିଭି) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବଡ଼ଝାଡ଼ ଅଞ୍ଚଳରେ ୫ ଲକ୍ଷ ଟଙ୍କାରେ ବିକ୍ରି ନିମନ୍ତେ ବଜ୍ରକାପ୍ତା ଡ଼ିଲ ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା । ଗୋଟିଏ ୪ ବର୍ଷ ବଜ୍ରକାପ୍ତାର ସମ୍ପୂର୍ଣ୍ଣ ଖୋଳପା ଜବତ କରିବା ସହିତ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଅଯୋଧ୍ୟା ଫରେଷ୍ଟର ରାମଚନ୍ଦ୍ର ମାରାଣ୍ଡି ସମ୍ପୃକ୍ତ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଖୋଳତାଡ଼ କରିବା ପରିବର୍ତ୍ତେ କେବଳ ପ୍ରାଥମିକ ତଦନ୍ତ କରି କପ୍ତିପଦା ବନ ବିଭାଗକୁ ମଙ୍ଗଳବାର ଜବତ ବଜ୍ରକାପ୍ତା ଖୋଳପା ସହିତ ୬ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିଛି । ସେପଟେ ଏହି ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନଥିବା କହିଛନ୍ତି ଗିରଫ ଫରେଷ୍ଟର । ସେ ଡ୍ୟୁଟିରେ ଆସିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିବା ସେ କହିଛନ୍ତି ।