ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ
ଭୁବନେଶ୍ୱର (ସଂକେତ୍ ଟିଭି) ଆସନ୍ତା ୧୮ ତାରିଖରେ ସକାଳ ୧୦ଟାରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ୧୨ଟାରେ ଉଚ୍ଚମାଧ୍ଯମିକ ଶିକ୍ଷା ପରିଷଦର ଓ୍ୱେବସାଇଟ bseodisha.ac.in ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ରେଜଲ୍ଟ ଦେଖିପାରିବେ। ସେହିପରି SMS ମାଧ୍ୟମରେ ମଧ୍ୟ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। OR ସ୍ପେସ୍ ରୋଲ ନଂ ଲେଖି ୫୬୭୬୭୫୦କୁ SMS କରି ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ଜନିତ କୌଣସି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମକୁ କଲ୍ କରି ଅଭିଯୋଗ କରିପାରିବେ। ଏନେଇ ବୋର୍ଡ କର୍ତ୍ତୁପକ୍ଷ ଆଜି ପ୍ରେସମିଟ୍ କରିବ ସୂଚନା ଦେଇଛନ୍ତି । ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ। ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ।