ଜୁନ୍ ୪ ବେଳକୁ କେରଳ ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର (ସଂକେତ୍ ଟିଭି) ଚଳିତ ବର୍ଷ ଜୁନ୍ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ମୌସୁମୀ ବାୟୁ ସାଧାରଣତଃ ଜୁନ୍ ୧ତାରିଖରେ କେରଳ ଛୁଇଁଥାଏ । ତେବେ ଏବର୍ଷ ତିନି ଦିନ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ମଧ୍ୟ ବିଳମ୍ବରେ ପ୍ରବେଶ କରିବ । କେରଳ ଛୁଇଁବାର ପ୍ରାୟ ସପ୍ତାହେ ପରେ ମୌସୁମୀ ଓଡିଶା ଆସିଥାଏ ।