ଛୁଟି ସରିବାର ୪ଦିନ ପୂର୍ବରୁ ଓଡିଶା ଫେରିବେ ରାଜ୍ୟପାଳ
ଭୁବନେଶ୍ୱର (ସଂକେତ୍ ଟିଭି) ଛୁଟି ସରିବାର ୪ ଦିନ ପୂର୍ବରୁ ଓଡିଶା ଫେରୁଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ । ସେ ବୁଧବାର ସନ୍ଧ୍ୟା ୮ଟାରେ ଭୁବନେଶ୍ବର ପହଞ୍ଚିବେ । ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗ ଭିତରେ ପୁଣି ଥରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ଅର୍ଥାତ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ତେବେ ଓଡ଼ିଶା ଫେରି ଗୁରୁବାର ସକାଳ ୧୦ଟାରେ ପୁରୀ ଗସ୍ତରେ ଯିବେ ରାଜ୍ୟପାଳ । ବନ୍ଦେ ଭାରତ ଟ୍ରେନର ଉଦଘାଟନ ଉତ୍ସବରେ ସାମିଲ ହେବେ । ରାଜଭବନ ଫେରି ପୁଣି ହରିୟାଣା ଯିବେ ଓ ପୁଣି ମେ’ ୨୨ରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ତେବେ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ନେଇ ରାଜଭବନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ରେସ୍ରେ ଥିବା କିଛି ନେତା ବୁଧବାର ଦୁବାଇରୁ ଫେରୁଥିବା ସୂଚନା ମିଳିଛି ।