ସୋରରେ ସାପ ଆତଙ୍କ, ଗୋଟିଏ ଦିନରେ ୧୩ ଜଣଙ୍କୁ କାମୁଡିଲା ସାପ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ବିଷଧର ସାପ ଆତଙ୍କ ଦେଖିବାକୁ ମିଳିଛି । ଗୋଟିଏ ଦିନରେ ୧୩ଜଣଙ୍କୁ ସାପ କାମୁଡିବାରୁ ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର, ବିଦୁ, ଈଶ୍ବରପୁର, ମ୍ୟୁନିସିପାଲଟି ଆଦି ଅଞ୍ଚଳରୁ ୧୩ ଜଣଙ୍କୁ ସାପ କାମୁଡିବା ନେଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବୁଧବାର ନାୟକବନ୍ଧ ଗ୍ରାମର ଗୀତା ଦାସ, ବିଦୁ ଗ୍ରାମର ଲକ୍ଷ୍ମଣ ମାରାଣ୍ଡି, ମାଣିତ୍ରି ଗ୍ରାମର ତାପସ ମଲ୍ଲିକ, ଈଶ୍ୱରପୁର ଗ୍ରାମର ସବିତା ସାମନ୍ତ ସମେତ ଅନ୍ୟ ଲୋକମାନଙ୍କୁ ସାପ କାମୁଡିଥିଲା । ସମସ୍ତେ ସୋର ମେଡିକାଲ ନିଜର ରକ୍ତ ନମୁନା ପରୀକ୍ଷା କରିଥିଲେ ।

ଗୋଟିଏ ଦିନ ଏକାଧିକ ଲୋକଙ୍କୁ ସାପ କାମୁଡିବା ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ନେଇ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରୁ ରାତି ୧୧ଟା ମଧ୍ୟରେ ୮ଜଣ ସାପ କାମୁଡା ରୋଗୀ ସୋର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।