ସ୍ତ୍ରୀକୁ କାମୁଡିଦେଲା ସାପ, ଡବାରେ ସାପକୁ ଧରି ମେଡିକାଲରେ ପହଁଞ୍ଚିଲେ ପରିବାର ଲୋକ
ଭଦ୍ରକ (ସଂକେତ୍ ଟିଭି) ଜଣେ ମହିଳା ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା । ରୋଗୀଙ୍କ ସହ ଦୁଇଟି ସାପକୁ ଧରି ମେଡିକାଲରେ ହାଜର ହେଲେ ସ୍ବାମୀ ଓ ପୁଅ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ପାଟୁଳି ଗାଁରେ ମଞ୍ଜୁଲତା ସିଅଳ ଘରେ ଶୋଇଥିଲେ । ଏହି ସମୟରେ ସାପ କାମୁଡି ଦେଇଥିଲା । ସେ ପାରାଲେସିସ୍ ରୋଗୀ ହୋଇଥିବାରୁ ଯାଇନପାରି ଚିତ୍କାର କରିଥିଲେ । ସ୍ବାମୀ ଓ ପୁଅ ଆସି ମହିଳାଙ୍କୁ ବିଛଣାରୁ ଉଠାଇବା ବେଳେ ଶାଢ଼ୀ ଭିତରୁ ଗୋଟିଏ ରଣା ଓ ଗୋଟିଏ ଚିତି ସାପକୁ ପାଇଥିଲେ । ମହିଳାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ତେବେ ମେଡିକାଲ ଆଣିବା ବେଳେ ଦୁଇଟି ସାପକୁ ଡବାରେ ଭର୍ତ୍ତି କରି ଆଣିଛନ୍ତି । ଗୋଟିଏ ଡବାରେ ରଣା ଓ ଅନ୍ୟ ଡବାରେ ଚିତି ସାପକୁ ଧରି ଆଣିଛନ୍ତି । ମହିଳା ଜଣକ ଏବେ ଚିକିତ୍ସିତ ହେଉଛନ୍ତି ।