ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ, ବଦଳିଲା କିରେନ ରିଜିଜୁ ଓ ଏସପି ସିଂ ବଘେଲଙ୍କ ବିଭାଗ

ନୂଆଦିଲ୍ଲୀ,(ସଂକେତ୍ ଟିଭି)କେନ୍ଦ୍ର ମନ୍ତ୍ରି ମଣ୍ଡଳରେ ଆଜି କିରେନ ରିଜିଜୁ ଓ ଆଇନ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲଙ୍କ ମନ୍ତ୍ରଣାଳୟ ବଦଳାଇ ଦିଆଯାଇଛି। ଆଇନ ମନ୍ତ୍ରଣାଳୟରେ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ରାଜ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ନିଯୁକ୍ତ କରାଯାଇଛି । ସେହିପରି ଆଇନ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲଙ୍କ ମନ୍ତ୍ରଣାଳୟ ବଦଳାଇ ତାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ୟାବିନେଟ୍‌ର ପୁନଃ ସମ୍ପ୍ରସାରଣକୁ ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ କିରନ୍ ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟ ଦାୟତ୍ୱ କଢାଯାଇ ଭୂବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି । ମେଘାଓ୍ବଲ ଏବେ ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଓ ସଂସ୍କୃତି ରାଜ୍ୟମନ୍ତ୍ରୀ ରହିଛନ୍ତି। ମେଘାଓ୍ବଲଙ୍କୁ ଏହାବ୍ୟତୀତ ଅତିରିକ୍ତ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଭାବେ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏସପି ସିଂ ବଘେଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସ୍ଥାନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।

କିରଣ ରିଜିଜୁ ପଶ୍ଚିମ ଲୋକସଭା ଆସନରୁ ବିଜେପି ସାଂସଦ ଅଛନ୍ତି । କିରନ ରିଜିଜୁ ୧୯ ନଭେମ୍ବର ୧୯୭୧ରେ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି । ୨୦୦୪ ରେ (ଅରୁଣାଚଳ ପଶ୍ଚିମ ନିର୍ବାଚନମଣ୍ଡଳୀ) ସେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ । କିନ୍ତୁ ସେ ୨୦୦୯ ଲୋକସଭା ନିର୍ବାଚନରେ ​​ହାରି ଯାଇଥିଲେ । ୨୦୧୪ ନିର୍ବାଚନରେ ​​ରିଜିଜୁ ପୁଣି ଜିତିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସାମିଲ୍ ହୋଇଥିଲେ ।

ଏହା ପରେ ତାଙ୍କୁ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୨୦୧୯ ରେ କ୍ରୀଡ଼ା ମନ୍ତ୍ରୀ କରାଯାଇଥିଲା । ଜୁଲାଇ ୨୦୨୧ରେ, ଯେତେବେଳେ ସେ କ୍ୟାବିନେଟ ବିସ୍ତାର ସମୟରେ ଆଇନ ମନ୍ତ୍ରୀ ହୋଇଥିଲେ । ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।

ଅର୍ଜୁନ ରାମ ମେଘୱାଲ ୨୦୦୯ ଠାରୁ ବିକାନେରରୁ ସାଂସଦ ଅଛନ୍ତି । ମେଘୱାଲ ବିକାନେରର କିସ୍ମିଦେସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବିକାନର ଡୁଙ୍ଗର କଲେଜରୁ ବିଏ ଏବଂ ଏଲଏଲବି କରିଥିଲେ । ଏହା ପରେ ସେ ସମାନ କଲେଜରୁ ମାଷ୍ଟର ଡିଗ୍ରୀ (M.A) କରିଥିଲେ । ଏହାପରେ ସେ ଫିଲିପାଇନ୍ସ ୟୁନିଭରସିଟିରୁ ଏମବିଏ ମଧ୍ୟ କରିଥିଲେ । ସେ ରାଜସ୍ଥାନ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ରାଜସ୍ଥାନରେ ଅନୁସୂଚିତ ଜାତିର ମୁଖ୍ୟ ଭାବରେ ପରିଗଣିତ ହୋଇଛନ୍ତି ।

ତାଙ୍କୁ ୨୦୧୩ରେ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ସେ ଲୋକସଭାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ସଚେତକ ଥିଲେ । ମେ ୨୦୧୯ରେ, ମେଘୱାଲ ସଂସଦୀୟ ବ୍ୟାପାର ଏବଂ ଭାରୀ ଶିଳ୍ପ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ହୋଇଥିଲେ।