ପୋଖରୀରେ ବୁଡି ପ୍ରାଣ ହରାଇଲେ ମେଟ୍ରିକ ଟପର !
ଭଦ୍ରକ (ସଂକେତ୍ ଟିଭି) ଗୁରୁବାର ବାହାରିଥାଲ ମାଟ୍ରିକ ପରୀକ୍ଷା ଫଳ । ଯେଉଁଥିରେ ୮୬.୫୦ ପ୍ରତିଶତ ମାର୍କ ରଖି ପାସ କରିଥିଲେ ଭଦ୍ରକ ଚରମ୍ପା ପଞ୍ଚାୟତ ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ ମହାପାତ୍ର । ଏହାକୁ ୨୪ ଘଣ୍ଟା ପୁରିନଥିଲା ଆଜି ଘର ନିକଟ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ ଚନ୍ଦନ ।
ଗତକାଲି ଚନ୍ଦନ ମାଟ୍ରିକ୍ ପରୀକ୍ଷାରେ ୬୦୦ରୁ ୫୧୯ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ପୁଅର ମାଟ୍ରିକ ରେଜଲ୍ଟ ଦେଖି ରମେଶଙ୍କ ଘରେ ବେଶ୍ ହସଖୁସି ଥିଲା । ପୁଅ ଭବିଷ୍ୟତରେ ଦେଶ ସେବା ପାଇଁ ଲକ୍ଷ ରଖିଥିଲା । କିନ୍ତୁ ଦଇବ ସହିଲା ନାହିଁ । ଗାଧୋଇବା ବେଳେ ପୋଖରୀରେ ବୁଡି ଜୀବନ ଚାଲିଗଲା । ଆଜି ଘର ନିକଟ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ ଚନ୍ଦନ । ଲୋକେ ଉଦ୍ଧାର କରି ଚନ୍ଦନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ହସ ଖୁସିର ପରିବାରରେ ଏବେ ଦୁଃଖର କଳା ବାଦଲ ଛାଇ ଯାଇଛି ।