ଚାଲିବନି ୨ ହଜାର ଟଙ୍କିଆ ନୋଟ୍ , ଥିଲେ ସେପ୍ଟେମ୍ବର ୩୦ ଯାଏ ଫେରାଅ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଆରବିଆଇର ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହ ଆରବିଆଇ ବଜାରରେ ବର୍ତ୍ତମାନ ଥିବା ୨୦୦୦ ଟଙ୍କା ଫେରସ୍ତ କରିବ। ତେବେ ଏହା ବର୍ତ୍ତମାନ ସମୟରେ ବୈଧ ରହିବ। ଆଉ ଏହି ନୋଟ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ ହେବ।
ଶୁକ୍ରବାର ଆରବିଆଇ ଏକ ବିବୃତ୍ତି ଜାରି କରି ଗ୍ରାହକଙ୍କୁ ୨ ହଜାର ଟଙ୍କା ନଦେବାକୁ ସମସ୍ତ ବ୍ୟାଙ୍କକୁ ଆଦେଶ ଦେଇଛି। ଏହା ସହ ୨୩ ମେ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଏବଂ ବଦଳାଇବାକୁ ସମୟ ଦିଆଯାଇଛି।
ତେବେ ଜଣେ ବ୍ୟକ୍ତି ଗୋଟିଏ ଥରରେ ୨୦ ହଜାର ଟଙ୍କା ନୋଟ୍ ଡିପୋଜିଟ୍ କରିପାରିବେ। ଏହା ସହ ଆପଣଙ୍କ ପାଖରେ ଥିବା ପୁରୁଣା ୨ ହଜାର ଟଙ୍କା ମଧ୍ୟ ବ୍ୟାଙ୍କ୍ରେ ବଦଳାଇ ପାରିବେ। ରିଜର୍ଭ ବ୍ୟାଙ୍କ୍ର ନିଷ୍ପତ୍ତି ଲାଗୁ ହେବା ପରଠାରୁ ବ୍ୟାଙ୍କ କିମ୍ବା ଏଟିଏମରୁ ୨ ହଜାର ଟଙ୍କାର ନୋଟ୍ କାଢ଼ିପାରିବେନାହିଁ।
