ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନ୍କୁ ମିଳିଲା କେନ୍ଦ୍ରର ଅନୁମୋଦନ
ଭୁବନେଶ୍ବର (ସଂକେତ୍ ଟିଭି) ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନ୍କୁ ସ୍ୱତନ୍ତ୍ର ପ୍ରକଳ୍ପ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ୍ ଅଧୀନରେ ୧୬.୫ କିମି ଲମ୍ବା ତାଳଚେର-ଅନୁଗୁଳ ନୂଆ ବ୍ରଡ୍ଗଜ୍ ଲାଇନ ଓ ବରଗଡ଼-ନୂଆପଡ଼ା ରୋଡ୍ ୧୪୨ କିମିକୁ ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା ମିଳିଛି। ବରଗଡ଼-ନୂଆପଡ଼ା ରୋଡ୍ ରେଳ ଲାଇନ୍ ପଦ୍ମପୁର ବାଟଦେଇ ଯିବ। ଏନେଇ ଗତ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ।