ସିମ୍ ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ବର (ସଂକେତ୍ ଟିଭି) ଫେକ୍ ସିମ୍ ରୋକିବା ପାଇଁ ଗାଇଡଲାଇନ ଜାରି କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ନୂଆ ନିୟମ ଜାରି ହୋଇଛି । କେବଳ ଆଧାର ସହ ଲିଙ୍କ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ । ସ୍ଥାୟୀ ଦୋକାନ ଥିବା ଡିଲରମାନେ ବିକ୍ରି କରିପାରିବେ ସିମ୍ କାର୍ଡ । ଫେକ୍ ସିମ୍‌ ସଂପର୍କୀତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେ । ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍‌ ବ୍ୟବସ୍ଥା କରିବେ । ସର୍ଭିସ ପ୍ରୋଭାଇଡର୍‌
ସିମ୍ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍ ବ୍ଲାକ ଲିଷ୍ଟେଡ ହେବେ । ନିୟମିତ ରିଚାର୍ଜ ହୋଇ ସ୍ଥାଣୁ ଥିବା ସିମ୍ ପ୍ରତି ନଜର ରଖିବେ । ଫେକ ସିମ୍ ମିଳିଲେ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି ।

ଅନ୍ୟପକ୍ଷରେ ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି । ଏସଟିଏଫ୍ ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି । ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଅ । ରିମାଣ୍ଡରେ ନେଇ ଅ ।ତଙ୍କୀ ଲିଙ୍କ ବାବାଦରେ ଖୋଳତାଡ଼ କରିବ ।

ଏସଟିଏଫ୍ ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିମବଙ୍ଗରେ ଥିବା ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ । ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା
ସେ ନେଇ ତଦନ୍ତ ଚାଲିଛି । ପୂର୍ବରୁ ପଠାଣୀଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡି ଥାନାରେ ଅଭିଯୋଗ ରହିଛି । ଫେକ୍ ସିମ୍‌କାର୍ଡ ଯୋଗୁ ସାଇବର ଅପରାଧ ବତ଼ୁଛି । ଠକମାନେ ଫେକ୍‌ ସିମକାର୍ଡ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ । ଯେଉଁଥିପାଇଁ ରାଜ୍ୟର ସାଇବର ଅପରାଧ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଓଡ଼ିଶାର ସିମ୍ କାର୍ଡ ପାକିସ୍ତାନରେ ଅପରେଟ୍ ହେଉଥିବା ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ୩ ଜଣଙ୍କୁ ଗିରଫ କରିଥିଲା ।

ସେପଟେ ଟେଲିକମ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ମଧ୍ୟ ଚିଠି ଲେଖାଯାଇଛି । ଆସନ୍ତାକାଲିଠାରୁ ପଠାଣି ଲେଙ୍କାକୁ ରିମାଣ୍ଡରେ ଆଣି ଏସ୍‌ଟିଏଫ୍ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।