ସୁଦାମଙ୍କୁ ମିଳିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ,ବିକ୍ରମଙ୍କୁ ଅର୍ଥ, ଶାରଦା ହେଲେ ଶ୍ରମ ମନ୍ତ୍ରୀ
ଭୁବନେଶ୍ବର (ସଂକେତ୍ ଟିଭି) ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବା ପରେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିଥିବାବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ମିଳିଛି । ଏହି ତିନିଜଣ ପୂର୍ବରୁ ମଧ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି ।
ନିରଞ୍ଜନ ପୂଜାରୀଙ୍କଠୁ ଅର୍ଥବିଭାଗ ଆଣି ବିକ୍ରମଙ୍କୁ ଦିଆଯାଇଛି । ପୂର୍ବରୁ ଅର୍ଥମନ୍ତ୍ରୀ ଥିବା ନିରଞ୍ଜନ ପୂଜାରୀଙ୍କ ପାଖରେ ସ୍ବାସ୍ଥ୍ୟ ଓ ସଂସଦୀୟ ବିଭାଗ ରହିଛି । ସମୀର ଦାସଙ୍କ ପରେ ସୁଦାମ ମାରାଣ୍ଡି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ହୋଇଥିବା ବେଳେ ଶ୍ରୀକାନ୍ତ ସାହୁଙ୍କ ପରେ ସାରଦା ନାୟକ ଶ୍ରମ ମନ୍ତ୍ରୀ ହୋଇଛନ୍ତି ।
ଆଜି ସକାଳ ୯ଟା ୫୦ ମିନିଟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ଶପଥ ପାଠ କରାଇଥିଲେ । ରାଜ୍ୟପାଳ ତିନିଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବାବେଳେ ଏହି ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।