ଶାବଳରେ ପିଟିପିଟି ନିଜ ପରିବାରର ୪ଜଣଙ୍କୁ ହତ୍ୟା କଲା ଯୁବକ

ବରଗଡ (ସଂକେତ୍ ଟିଭି) ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଝିକିଝିକି ଗାଁରେ ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକ ଶାବଳରେ ପିଟିପିଟି ନିଜ ବଡ଼ଭାଇ, ବଡ଼ଭାଉଜ , ପୁତୁରା ଓ ଝିଆରୀକୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାଦାକୁ ଭଟଲି ଥାନା ପୋଲିସ ଅଟକ ରଖିଥିବା ଜଣାଯାଇଛି।

ସୂଚନା ଅନୁସାରେ ଭଟଲି ବ୍ଲକ୍ ଝିକିଝିକି ଗାଁରେ ଦୁଇ ଭାଇଙ୍କ ଭିତରେ କିଛି ଦିନ ଜମିବାଡ଼ି ବଣ୍ଟାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଏହି ଜମିବାଡ଼ି ବଣ୍ଟାକୁ ନେଇ ସାନଭାଇ ଶିବ ବାଗ ଅସନ୍ତୁଷ୍ଟ ଥିଲେ। ଗତକାଲି ରାତିରେ ଏହି ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ସେ ଶାବଳରେ ପିଟିପିଟି ବଡ଼ଭାଇ, ବଡ଼ଭାଉଜ ଓ ସେମାନଙ୍କର ଏକ ୧୫ ବର୍ଷୀୟ ପୁଅ ଓ ୧୦ ବର୍ଷୀୟା ଝିଅକୁ ମାରି ଦେଇଥିଲେ। ଆଜି ସକାଳେ ପୋଲିସ ୪ଜଣଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି । ଏଣେ ଅଭିଯୁକ୍ତ ସଂକୀର୍ତ୍ତନ ବାଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।