ଶୈବପୀଠମାନଙ୍କରେ ଗଞ୍ଜେଇ ବ୍ୟବହାର ମନା
ଭୁବନେଶ୍ବର (ସଂକେତ୍ ଟିଭି) ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି। ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
