ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ୨୭ରେ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଉଛନ୍ତି । ପୂର୍ବରୁ ବି ସେହି ବୈଠକରେ ସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ । ଏଥର ବି ସେହି ଦାବି ରହିବ । ଏଥିସହ ସ୍ୱତନ୍ତ୍ର ପ୍ୟାକେଜ, ବ୍ୟାଙ୍କ ବ୍ୟବସ୍ଥାକରଣ ଡିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାର ଆବଶ୍ୟକତା ରହିଛି । ଟେଲିକମ୍ୟୁନିକେସନ ସୁବିଧା ଉଠାଇବୁ କାରଣ ସହରରେ 5G ସମୟରେ ଗାଁରେ 2G କାମ କରୁନି । ଏହି ସବୁ ଦାବି ଉଠାଇ ଆମେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ କହିଛନ୍ତି ।