ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ବର (ସଂକେତ୍ ଟିଭି) ପ୍ରତି ଗାଁକୁ ମୋ ବସ୍‌ ଚଳାଚଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତି ପଞ୍ଚାୟତକୁ ଏଣିକି ମୋ’ ବସ୍‌ ଗଡ଼ିବ। ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳରେ ପରିବହନ ସୁବିଧା ଦିଆଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଏନେଇ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲାକୁ ହାତକୁ ନିଆଯାଇଛି। ଯଥା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଏବଂ ଗଜପତି। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ’ ବସ୍‌ ଗଡ଼ିବା ନେଇ ବାଣିଜ୍ୟ ଓ ପରିବହନ ସଚିବ କହିଛନ୍ତି ।