ଶାନ୍ତି ଭଙ୍ଗ ହେଲେ ବଜରଙ୍ଗ ଦଳ, ଆର୍‌ଏସ୍‌ଏସ୍‌କୁ ବ୍ୟାନ କରିବୁ: ଖଡଗେ

ନୂଆଦିଲ୍ଲୀ (ସଂକେତ୍ ଟିଭି): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକରେ ମନ୍ତ୍ରୀ ପ୍ରିୟାଙ୍କ ଖଡଗେ ବୁଧବାର ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘକୁ ନେଇ ବଡ଼ ବୟାନ ଦେଇଛନ୍ତି । ମନ୍ତ୍ରୀ ପ୍ରିୟାଙ୍କ ଦୋହରାଇଛନ୍ତି ଯେ ଯଦି ରାଜ୍ୟରେ ଶାନ୍ତି ଭଙ୍ଗ ହୁଏ ତେବେ ତାଙ୍କ ସରକାର ବଜରଙ୍ଗ ଦଳ ଏବଂ ଆରଏସଏସ ପରି ସଂଗଠନ ଉପରେ ବ୍ୟାନ ଲଗାଇବ । ଯଦି ବିଜେପି ନେତୃତ୍ୱ ଏହାକୁ ଅସ୍ୱୀକାର କରନ୍ତି ତେବେ ପାକିସ୍ତାନ ଚାଲି ଯାଇପାରିବେ ।

କଂଗ୍ରେସ ମନ୍ତ୍ରୀ କହିଛନ୍ତି ଯେ ଆମେ କର୍ଣ୍ଣାଟକକୁ ସ୍ୱର୍ଗ କରିବା ନେଇ ପ୍ରତିଶ୍ରୁତି ଦେଇଛୁ । ଯଦି ଶାନ୍ତ ଭଙ୍ଗ ହୁଏ ତେବେ ଆମେ ଥରେ ବି ଚିନ୍ତା କରିବୁ ନାହିଁ ଯେ ଏହା ବଜରଙ୍ଗ ଦଳ କିମ୍ବା ଆରଏସଏସ । ଯଦି ଆଇନ ବ୍ୟବସ୍ଥା ହାତକୁ ନିଆଯାଏ ତେବେ ବ୍ୟାନ ଲାଗୁ କରାଯିବ । ଘୋଷଣା ପତ୍ରରେ କରାଯାଇଥିବା ପ୍ରତିଶ୍ରୁତି ଅନୁସାରେ ଆମେ ବଜରଙ୍ଗ ଦଳ ଏବଂ ଆରଏସଏସ ସହି ଯେକୌଣସି ସଂଗଠନ ପରେ ପ୍ରତିବନ୍ଧକ ଲାଗୁ କରିବୁ ।

ବେଙ୍ଗାଲୁରୁରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ ଯଦି ବିଜେପି ନେତାଙ୍କୁ କୌଣସି ଅସୁବିଧା ହେଉଛି ତେବେ ସେମାନଙ୍କୁ ପାକିସ୍ତାନ ଦିଆଯିବାକୁ ଦିଆଯାଉ । ଏହାଛଡ଼ା ସେ କହିଛନ୍ତି ଯେ ତାଙ୍କ ସରକାର ହିଜାବ, ହଲାଲ କଟ୍‌ ଏବଂ ଗୋହତ୍ୟା ଆଇନ ଉପରେ ଥିବା ପ୍ରତିବନ୍ଧକୁ ଫେରାଇ ନେବେ ।