କଲେଜ ଛାତ୍ରାଛାତ୍ରୀଙ୍କୁ କ୍ୟାମ୍ପସରେ ମିଳିବ ମାଗଣା ଓ୍ବାଇଫାଇ ସୁବିଧା

ଭୁବନେଶ୍ବର (ସଂକେତ୍ ଟିଭି) ଏଣିକି କଲେଜ ଛାତ୍ରଛାତ୍ରୀଙ୍କୁ କେମ୍ପସ ମଧ୍ଯରେ ମାଗଣା ୱାଇଫାଇ ସୁବିଧା ମିଳିବ । ସେମାନେ ଦିନକୁ ଏକ ଜିବି ଡାଟାର ସୁବିଧା ପାଇବେ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାନେ ଆଗାମୀ ପାଠ୍ୟକ୍ରମ ସମୟରୁ ଏହି ସୁବିଧା ପାଇପାରିବେ ଛାତ୍ରଛାତ୍ରୀ । ଦୈନିକ ଏକ ଜିବି ଡାଟା ମାଗଣାରେ ପାଇବା ଛାତ୍ରଛାତ୍ରୀ । ଡାଟା ଯୋଗାଇବାକୁ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।