ସାରା ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ହେବ ଯାଞ୍ଚ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି (FSSAI) ସାରା ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ। ଏସବୁ ସାମଗ୍ରୀରେ ଅପମିଶ୍ରଣ ଉପରେ ଅଙ୍କୁଶ ଲାଗି ଏଭଳି ପଦକ୍ଷେପ ନିଆଯିବ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରି ପରୀକ୍ଷା କରାଯିବ ।

ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ପକ୍ଷରୁ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀରେ ଥିବା କୀଟନାଶକ, ଅଣୁଜୀବ ସହ ଅନ୍ୟ ସାମଗ୍ରୀର ଅଂଶକୁ ଯାଞ୍ଚ କରାଯିବ । ଏହି ସହିତ ଏଥିରେ କେତେ ମାତ୍ରାରେ ଅପମିଶ୍ରଣ ରହୁଛି ତାର ମଧ୍ଯ ଜାଞ୍ଚ କରାଯିବ ।

ସୂଚନା ଅନୁସାରେ, କ୍ଷୀରରେ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟସ୍ ଥାଏ । ପ୍ରତି ବୟସର ଲୋକେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ କ୍ଷୀର କିମ୍ବା କ୍ଷୀର ପଦାର୍ଥ ଅନ୍ତର୍ଭୁକ୍ତ କରନ୍ତି । ତେବେ ଗୁଣବତ୍ତା ଏବଂ ନିରାପତ୍ତା ପାରାମିଟରଗୁଡିକର ଅନୁପାଳନ ପାଇଁ ଏହି ସର୍ବେକ୍ଷଣର ନମୁନାଗୁଡିକ ସଂଗ୍ରହ କରାଯିବ ।