ଦୁଃଖୀ ଦେଶର ତାଲିକାରେ ଭାରତର ସ୍ଥାନ କେଉଁଠି ?
ନୂଆଦିଲ୍ଲୀ (ସଂକେତ୍ ଟିଭି) ବିଶ୍ୱର ସବୁଠାରୁ ଦୁଃଖୀ ଦେଶର ତାଲିକା ପ୍ରକାଶ ପାଇଛି । ଏଥର ଜିମ୍ବାୱେ ବିଶ୍ୱର ସବୁଠାରୁ ଦୁଃଖୀ ଦେଶ ପ୍ରମାଣିତ ହୋଇଛି । ଏହି ଆଫ୍ରିକୀୟ ଦେଶରେ ମହଙ୍ଗା ବଜାର ଓ ଆର୍ଥିକ ଦୁର୍ବଳତା ଲୋକଙ୍କୁ ଦୁଃଖୀ କରିଦେଇଛି । ଜନ୍ ହପକିଂ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସରେ ଷ୍ଟିଭ୍ ହାଙ୍କେ ଏହି ତାଲିକା ପ୍ରକାଶ କରିଛନ୍ତି । ତାଲିକାରେ ଜିମ୍ବାୱେର ଆର୍ଥିକ ସ୍ଥିତି ଶୋଚନୀୟ ବୋଲି କୁହାଯାଇଛି । ଯୁଦ୍ଧଗ୍ରସ୍ତ ଦେଶ ଯଥା ୟୁକ୍ରେନ୍ଓ ସିରିଆ ଓ ସୁଦାନ ଠାରୁ ବି ଜିମ୍ବାୱେର ସ୍ଥିତି କରୁଣ । ମୁଖ୍ୟତଃ ଆକାଶ ଛୁଆଁ ଦରଦାମ ଯୋଗୁ ଜିମ୍ବାୱେର ସ୍ଥିତି ଏମିତି ହୋଇଛି । ଗତବର୍ଷ ଏଠାରେ ମହଙ୍ଗା ସ୍ଥିତି ୨୪୩ ପ୍ରତିଶତ ହୋଇଥିଲା । ଯାହା ଖୁବ୍ ଆଶ୍ଚର୍ଯ୍ୟକର । ଏନେଇ ହାଙ୍କେ ଟ୍ୱିଟ୍ କରି କହିଛନ୍ତି ।
ଆକାଶ ଛୁଆଁ ମହଙ୍ଗା ସ୍ଥିତି, ବେରୋଜଗାରୀ ସଂଖ୍ୟା, ଉଚ୍ଚା ସୁଧ ହାର, ଦୁର୍ବଳ ଜିଡିପି ଅଭିବୃଦ୍ଧି ଯୋଗୁ ୨୦୨୨ର ବିଶ୍ୱର ସବୁଠାରୁ ଦୁଃଖୀ ରାଷ୍ଟ୍ରରେ ଜିମ୍ବାୱେ ଏକ ନମ୍ବରରେ ରହିଛି । ଏହାଠାରୁ ଅଧିକ କିଛି କହିବା ଆବଶ୍ୟକ ପଡ଼ୁଛି କି ? ଜିମ୍ବାେୱର
ଏଭଳି ସ୍ଥିତି ପାଇଁ ଦେଶରେ କ୍ଷମତାସୀନ ଜାନୁପିଏଫକୁ ହାଙ୍କେ ଦାୟୀ କରିଛନ୍ତି । ବିଶ୍ୱର ସବୁଠାରୁ ଦୁଃଖୀ ଦେଶର ତାଲିକାରେ ମୁଖ୍ୟ ୧୫ ଭିତରେ ଭେନୁଜୁଏଲା, ସିରିଆ, ଲେବାନନ,ସୁଦାନ, ଆର୍ଜେଣ୍ଟିନ, ୟେମେନ, ୟୁକ୍ରେନ୍, କୁ୍ୟବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଅଙ୍ଗୋଲା, ଟୋଙ୍ଗା ଓ ଘାନା ରହିଛନ୍ତି । ତେବେ ସ୍ୱିଜରଲାଣ୍ଡ ସବୁଠାରୁ ଖୁସୀରେ ଦେଶ ବୋଲି ରିପୋର୍ଟରେ କୁହାଯାଇଛି । ଏଠାରେ ଦୁଃଖୀଙ୍କ ସଂଖ୍ୟା କମ୍ । ଋଣ ସୁଧହାର କମ୍ ଓ ଜିଡିପି ଅଭିବୃଦ୍ଧି ଯୋଗୁ ସ୍ୱିଜରଲାଣ୍ଡ ଲୋକେ ଖୁସୀ
ବୋଲି ହାଙ୍କେ କହିଛନ୍ତି ।
ସ୍ୱିଜରଲାଣ୍ଡପଛକୁ ରହିଛି କୁଏତ, ଆୟରଲାଣ୍ଡ, ଜାପାନ, ମାଲେସିଆ, ତାଇୱାନ, ନାଇଜର, ଥାଇଲାଣ୍ଡ, ଟୋଗୋ ଓ ମାଲତାଛ ଏହି ଦେଶଗୁଡ଼ିକର ଲୋକମାନେ ଖୁସୀରେ ଅଛନ୍ତି । ସେହିପରି ଭାରତର ସ୍ଥିତି ଏହି ତାଲିକାରେ ୧୦୩ ରହିଛି । ବେରୋଜଗାରୀ ଯୋଗୁ ଭାରତର ରାଙ୍କ ୧୦୩ ରହିଛି ବୋଲି ହାଙ୍କେ କହିଛନ୍ତି । ସେହିପରି ଆମେରିକା ତାଲିକାରେ ୧୩୪ ସ୍ଥାନରେ ରହିଥିବା ବେଳେ ବିଶ୍ୱରେ ଖୁସୀର ଦେଶ ତାଲିକାରେ ଦୀର୍ଘ ୬ ବର୍ଷ ହେଲା ଆଗରେ ରହୁଥିବା ଫିନ୍ଲାଣ୍ଡ ୧୦୯ ତାଲିକାରେ ଅଛି ।